pakka

ମହାଶିବରାତ୍ରୀ ପାଇଁ ଟିଟିଲାଗଡ ଧବଳେଶ୍ୱର ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତିରେ ଉଠିବ ଜାଗର ଦୀପ । ଏହିଦିନ ଭକ୍ତମାନେ ଉପବାସ କରି ସକାଳୁ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ଲାଭ କରିଥାନ୍ତି । ରାତିରେ ଜାଗର ଦୀପ ଉଠିବା ପରେ ଉପବାସ ଭାଙ୍ଗିଥାଆନ୍ତି । ଟିଟିଲାଗଡ଼ର ପ୍ରଭୁ ଧବଳେଶ୍ୱର ମନ୍ଦିର ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ମନ୍ଦିର ଭାବେ ଖ୍ୟାତି ଅର୍ଜନ କରିଛି । ଏହି ଧବଳେଶ୍ୱର ମନ୍ଦିରକୁ ଟିଟିଲାଗଡ ତଥା ଆଖପାଖ ଅଞ୍ଚଳର ବହୁତ ଭକ୍ତ ଦର୍ଶନ କରିବା ପାଇଁ ଆସିଥାନ୍ତି । ପବିତ୍ର ମହାଶିବରାତ୍ରୀ ଜାଗର ଉପଲକ୍ଷେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଦର୍ଶନ କରିବା ପାଇଁ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା । ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଶ୍ରୀ ଧବଳେଶ୍ୱର ମହାଦେବ ଟ୍ରଷ୍ଟ ପକ୍ଷରୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ଟିଟିଲାଗଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏହି ମନ୍ଦିରରେ ଅବସ୍ଥିତ ଥିବା ପ୍ରଭୁ ଧବଳେଶ୍ୱରଙ୍କ ମହିମା ଥିବା ଯୋଗୁଁ ଦୂରଦୂରାନ୍ତରୁ ବହୁତ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ଏହି ମନ୍ଦିର ଭିତରେ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ସହ ମହାଶିବରାତ୍ରୀ ମେଳା ମଧ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ, ଯାହାକି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଜାଗର ଦୀପ ଜାଳିବା ପାଇଁ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

sixteen − 16 =

error: Content is protected !!