pakka

ପ୍ୟାରିସରେ ପିଏଚ୍‌ଡି ଲାଭ କଲେ ବଲାଙ୍ଗିରର ପୁଅ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫ୍ରାନ୍ସ ଦେଶର ପ୍ୟାରିସ ସ୍ଥିତ ଡିଲିଲ୍‌ ପ୍ରତିଷ୍ଠାନରେ ବଲାଙ୍ଗିର ମାଲପଡାର ବାଳଯୋଗୀ ମୋହନ ଦାଶ ପିଏଚ୍‌ଡି ଲାଭ କରି ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି । ଉପରୋକ୍ତ ପ୍ରତିଷ୍ଠାନରେ ଛାତ୍ରବୃତ୍ତି ଲାଭ କରି ତିନି ବର୍ଷ ଗବେଷଣା ପରେ ସେ ଏହି ଡିଗ୍ରୀ ହାସଲ କରିଥିଲେ । ହାଏବ୍ରିଡ୍‌ ଫଲ୍ଟ ଡିଟେକ୍‌ସନ ଓ ଆଇସୁଲେସନ ଫର ଗ୍ରୀନ ହାଇଡ୍ରୋଜେନ ପ୍ରଡକ୍ସନ (ଏଆଇ) କ୍ଷେତ୍ରରେ ପ୍ରଫେସର ଡ. ବେଲକମ୍ପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହାସଲ କରିଥିବା ଏହି ଡିଗ୍ରୀକୁ ସର୍ବୋଚ୍ଚ ବୈଜ୍ଞାନିକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ କରାଯାଇଛି । ଶ୍ରୀ ଦାଶ ମାଲପଡା ନିବାସୀ ଲକ୍ଷ୍ମଣ ଦାଶ ଓ କୁନିପ୍ରୀୟା ନେପାକଙ୍କ ସୁପୁତ୍ର ଓ ପଣ୍ଡିତ ଜୟବିହାରୀ ଦାଶଙ୍କ ନାତି ଅଟନ୍ତି । ବଲାଙ୍ଗିର କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଶିକ୍ଷାଲାଭ ଆରମ୍ଭ କରି ୟୋବଦୟ କଲେଜ, ଭିସୁଟ ବୁର୍ଲା ଓ ପରେ ଆଇଆଇଟି ଖଡକପୁରରେ ଶିକ୍ଷାଲାଭ କରି ଉଚ୍ଚ ଶିକ୍ଷା ପାଇଁ ଫ୍ରାନ୍ସ ଯାଇଥିଲେ । ତାଙ୍କର ଏହି ସଫଳତା ପାଇଁ ପରିଚିତ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି ।

jay balangir
Leave A Reply

Your email address will not be published.

eleven − 2 =