csstore

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟିଟିଲାଗଡର ସଫଳ ମହିଳାଙ୍କୁ ପ୍ରଭାବତୀ ସ୍କୁଲ ତରଫରୁ ଦିଆଗଲା ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ୮ ତାରିଖକୁ ବିଶ୍ଵ ବ୍ୟାପି ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ଟିଟିଲାଗଡ ସହରର ସଫଳ ମହିଳାଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେମାନଙ୍କ ମଧ୍ୟରେ ଟିଟିଲାଗଡର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଟିଟିଲାଗଡ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ପୌର ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ସମାଜସେବୀ ଶ୍ରୀମତୀ ଅଞ୍ଜଳି ବେହେରା, ପ୍ରଭାବତୀ ପବ୍ଲିକ ସ୍କୁଲର ଟ୍ରଷ୍ଟି ଶ୍ରୀମତୀ ଶ୍ୟାମା ଦେବି ଅଗ୍ରୱାଲ, ଚକ୍ଷୁ ବିଶେଷଜ୍ଞ ଶ୍ରୀମତୀ ଅନିତା ହୋତା ଏବଂ ଜେଏମ୍‌ଏଫ୍‌ସି କୋର୍ଟର ଜଜ୍‌ଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସ୍କୁଲର ଅଧ୍ୟକ୍ଷା ଡ. ସୁନନ୍ଦା ଜଟି, ସ୍କୁଲ ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ଡାଇରେକ୍ଟର ଏଡ୍‌ମିନ୍‌ ଧରିତ୍ରୀ ମହାନ୍ତି, ପିଆର୍‌ଓ ପ୍ରମୋଦ ପାଲଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଷ୍ଟାଫମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.