csstore

ଶବଦାହ ପାଇଁ କାଠ ବିବାଦ : ଡିଏଫଓଙ୍କୁ ଭେଟିଲେ ଜିଲ୍ଲା ଭାଜପା ପ୍ରତିନିଧି ଦଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୫୦ ବର୍ଷ ଧରି ଶବଦାହ ପାଇଁ କାଠ ଯୋଗାଇ ଥିବା ବରଗଡ଼ର ଗୋପାଳ ଗୋଶାଳା ଆସନ୍ତା ଡ଼ିସେମ୍ବର ୧ ତାରିଖରୁ ଆଉ କାଠ ଯୋଗାଇ ପାରିବ ନାହିଁ ବୋଲି ଘୋଷଣା କରିବା ପରେ ବରଗଡ଼ ସଦର ମହକୁମାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ତୁରନ୍ତ ସମାଧାନ ଦାବୀରେ ଆଜି ଭାଜପା ପକ୍ଷରୁ ଜିଲ୍ଲା ସଭିପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଡିଏଫଓଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏହାର ତୁରନ୍ତ ସମାଧାନ ଦାବୀରେ ଏକ ଦାବୀପତ୍ର ଡିଏଫଓଙ୍କୁ ପ୍ରଦାନ କରିଥିଲେ । ଡିଏଫଓ ଆଗାମୀ ଦିନରେ ଏହାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ ସଦର ମହକୁମାରେ ଗତ ୫୦ ହେବ ଗୋପାଳ ଗୋଶାଳା ବନ ବିଭାଗର ସାହାଯ୍ୟ ତାଙ୍କ ପରିସରରେ ସୁଲଭ ମୂଲ୍ୟରେ ଶବଦାହ ପାଇଁ କାଠ ଯୋଗାଇ ଆସୁଥିଲେ । ତେବେ ଗତ କିଛି ଦିନ ପୂର୍ବେ ବନ ବିଭାଗ ଏବଂ ଗୋଶାଳା ପରିଚାଳନା କମିଟି ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ କମିଟି ପକ୍ଷରୁ ଆସନ୍ତା ଡ଼ିସେମ୍ବର ପହିଲାରୁ ଶବଦାହ ପାଇଁ କାଠ ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ଘୋଷଣା କରିଥିଲେ । ପ୍ରତିନିଧି ଦଳରେ ସୁରେଶ୍ଵର ଶତପଥୀ, ଯଦୁମଣି ଦାସ, ପ୍ରୀତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.