csstore

ହୁମା ଫାଣ୍ଡି ଅଧିକାରୀଙ୍କୁ ଭେଟିଲେ ପ୍ରତିନିଧି ଦଳ

  • ବଟେଶ୍ୱର ବାଲିଯାତ୍ରା ପାଇଁ କଲେ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଲିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠ । ଆସନ୍ତା ଅକ୍ଟୋବର ମାସ ତଥା କାର୍ତ୍ତିକ ମାସରେ ଉକ୍ତ ଶୈବପୀଠ ଠାରେ ବହୁ ଭକ୍ତଙ୍କ ଭିଡ଼ ଜମିବ । ଏଥିସହ ନଭେମ୍ବରରେ ବଟେଶ୍ୱର ବାଲିଯାତ୍ରା ଅନୁଷ୍ଠିତ ହେବ । ଉକ୍ତ ବାଲିଯାତ୍ରାରେ ମଧ୍ୟ ଲକ୍ଷାଧିକ ଭକ୍ତ ସାମଗମ ହେବ । ଏନେଇ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟିର ଏକ ପ୍ରତିନିଧି ଦଳ ହୁମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଇନ ଶୃଙ୍ଖଳା ଓ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ବେଳେ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ ପଲାଇ, ବରିଷ୍ଠ ସଭ୍ୟ ବୃନ୍ଦାବନ ପ୍ରଧାନ, ପବିତ୍ର ସ୍ୱାଇଁ, ଶିବରାମ ପଲାଇ, ନିରାକାର ଜେନା, କ୍ରିଷ୍ଣା ରେଡି ଏବଂ ତ୍ରିନାଥ ରେଡି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ କରାଯିବ ବୋଲି ଆଲୋଚନା ହୋଇଥିଲା । ବଟେଶ୍ୱର ପୀଠକୁ ମାତ୍ର ଗୋଟିଏ ରାସ୍ତା ତାହା ମଧ୍ୟ ସଂକୀର୍ଣ୍ଣ । ପ୍ରତିବର୍ଷ ଯାତ୍ରା ସମୟରେ ଉକ୍ତ ସଂକୀର୍ଣ୍ଣ ରାସ୍ତାରେ ଶହ ଶହ ଗାଡି ମୋଟର ଯାତାୟାତ ବେଳେ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ପରବର୍ତ୍ତୀ ସମୟରେ ତହସିଲଦାର ଏବଂ ବିଡ଼ିଓଙ୍କୁ ପରିଚାଳନା କମିଟି ପକ୍ଷରୁ ଭେଟି ସମାଧାନ ପାଇଁ ଆଲୋଚନା କରାଯିବ ବୋଲି ଐତିହ୍ୟ ସଂରକ୍ଷଣ କମିଟି କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.