ବରପଦାରେ ଭୟଙ୍କର ବିସ୍ଫୋରଣ

କେନ୍ଦୁଝର : କେନ୍ଦୁଝର ରୁଗୁଡ଼ି ଥାନା ବରପଦା ସ୍ଥିତ କେଜେଏସ୍ ଆଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ସମ୍ପୃକ୍ତ ପ୍ଲାଣ୍ଟର ଇଣ୍ଡକ୍‌ସନ୍‌ ଫର୍ଣ୍ଣେସରେ ଲିକ୍‌ ହେବା ଯୋଗୁ ବିସ୍ଫୋରଣ ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି । ଏହି ବିସ୍ଫୋରଣ ସମୟରେ ଇଣ୍ଡକ୍‌ସନ୍‌ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ଗାଡି ଉପରେ ପଡିଥିଲା ଯାହା ଫଳରେ ହାଇୱାର ପଛଭାଗ ପୋଡ଼ି ଯାଇଛି । ଦୁର୍ଘଟଣାରେ ଧନ ଜୀବନ ହାନି ନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.

5 × five =