jsm

୧୦୧ଝଣ୍ଡା ଧରି ବରଗଡ଼ରୁ ଭଟଲି ଯାତ୍ରା କଲେ ଶ୍ୟାମ ଭକ୍ତ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଠାରେ ରହିଥିବା ବାବା ଶ୍ୟାମ ମନ୍ଦିର ଯାହା ରାଜସ୍ଥାନର ଖାଟୁ ଠାରେ ଅବସ୍ଥିତ ଖାଟୁ ନରେଶଙ୍କ ପରେ ପରେ ଭାରତରେ ସର୍ବ ବୃହତ ଶ୍ୟାମ ମନ୍ଦିର ଭାବରେ ଜଣାଶୁଣା ଅଟେ । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବାବା ଶ୍ୟାମଙ୍କ ଜନ୍ମ ମୋହତ୍ସବ ବହୁତ ଧୂମଧାମରେ ପାଳନ ହୋଇଥାଏ । ଭାରତର ଅନେକ ପ୍ରାନ୍ତରୁ ଶ୍ୟାମ ଭକ୍ତ ମାନେ ଆଶି ବରଗଡ଼ରେ ଏକତ୍ରିତ ହୁଅନ୍ତି ତାର ପୂର୍ବ ଦିନ ଭୋଜନ କୀର୍ତନର ଆସର ଜମିଥାଏ ଓ ପରବର୍ତ୍ତୀ ଦିନ ଭୋରରୁ ଝଣ୍ଡା ନେଇ ଶ୍ୟାମ ଭକ୍ତ ମାନେ ବରଗଡରୁ ଭଟଲି ଦୀର୍ଘ ୧୮ କିଲୋମିଟର ପର୍ୟ୍ୟନ୍ତ ଚାଲି ଚାଲି ଯାଇଥାନ୍ତି । ଏହି ପଦଯାତ୍ରାରେ ଛୁଆଠାରୁ ନେଇ ବୃଦ୍ଧା ପର୍ୟ୍ୟନ୍ତ ଉଭୟ ମହିଳା ପୁରୁଷ ସାମିଲ ରହୁଥିବା ବେଳେ ଚଳିତ ବର୍ଷ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ବରଗଡରୁ ହେପି ଗ୍ରୁପର ଜଣେ ସଦସ୍ୟ ଶ୍ୟାମ ଭକ୍ତ ଶ୍ରୀମାନ ଆକାଶ ଅଗ୍ରୱାଲ ବାବାଙ୍କ ଶ୍ରଦ୍ଧାରେ ୧୦୧ ଗୋଟି ଝଣ୍ଡା ଏକାକୀ ବୋହି ବରଗଡ଼ରୁ ଭଟଲି ପଦଯାତ୍ରା କରି ପହଞ୍ଚିଥିଲେ । ଯାହାକୁ ନେଇ ପ୍ରତ୍ୟେକ ଶ୍ୟାମ ଭକ୍ତଙ୍କ ମନରେ ଏକ ପ୍ରକାରର ଆନନ୍ଦ ଉଲ୍ଲାସ ଦେଖୁବାକୁ ମିଳିଥିଲା । ଶ୍ରୀମାନ ଆକାଶ ଅଗ୍ରୱାଲ ଭଟଲି ସ୍ଥିତ ଶ୍ୟାମ ମନ୍ଦିର ପରିଶରକୁ ପହଞ୍ଚିବା ପରେ ତାଙ୍କୁ ଢୋଲ, ବାଜା ବଜାଇ ତାର ତାଳେ ତାଳେ ଶ୍ୟାମ ଧୁନରେ ନାଚି ନାଚି ଭକ୍ତମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ମୁଖ୍ୟତଃ ହିନ୍ଦୁ ଧର୍ମର ଲୋକେ ବାବା ଶ୍ୟାମଙ୍କୁ ଆରାଧନା କରୁଥିବା ବେଳେ ବାବାଙ୍କୁ ସମସ୍ତଙ୍କର ମନରେ ଅନେକ ବିଶ୍ୱାସ ରହିଛି । ତେବେ ପୂର୍ବରୁ ୨୧ ଓ ୫୧ଟି ଝଣ୍ଡା ଏକାକୀ ନେଇ ପଦଯାତ୍ରା କରିଥିବା ନଜର ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଜଣେ ଭକ୍ତଙ୍କ ଦ୍ୱାରା ୧୦୧ଟି ଝଣ୍ଡା ବାବାଙ୍କ ଶ୍ରଦ୍ଧାରେ ସମର୍ପିତ କରିଥିବାରୁ ବର୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ସାଜିଛି ।

yuvodaya
Leave A Reply

Your email address will not be published.