csstore

ଲଭ୍, ସେକ୍ସ୍ ଓ ଧୋକ୍କା ଘଟଣା : ସାଲେଭଟାରେ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ଯୁବକ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଗ୍ରାମର ପବିତ୍ର ହାତୀ ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଂପୃକ୍ତ ଯୁବତୀଙ୍କ ସହ ପବିତ୍ରଙ୍କ ଗତ ୨୦୧୭ ମସିହାରୁ ପ୍ରେମ ସମ୍ପର୍କ ରହିଥିଲା । ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ବିବାହ ପ୍ରତିଶ୍ରୁତି ଦେଇ ଏହା ଶାରିରୀକ ସମ୍ପର୍କରେ ବଦଳିବା ସହ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ପବିତ୍ର ଏହା ଜାଣିପାରି ଯୁବତୀଙ୍କୁ ଔଷଧ ଦେଇ ଗର୍ଭ ନଷ୍ଟ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପବିତ୍ର ଯୁବତୀଙ୍କୁ ପରେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ମନା କରିଦେଇଥିଲେ । ଏହା ଜାଣିପାରି ଯୁବତୀ ଜଣକ ଥାନାରେ ଲିଖିତ ଏତଲା ଦେଇଥିଲେ । ପୁଲିସ କେସ ନଂ ୩୧୩/୨୩ ରୁଜ୍ଜୁ କରି ଅଧିକ ତଦନ୍ତ ପରେ ଯୁବକ ପବିତ୍ରଙ୍କୁ ଗିରଫ କରି ଆଣି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଆଇଆଇସି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଯୁବକ ପବିତ୍ରଙ୍କ ପରିବାର ପକ୍ଷରୁ କୁଆଡେ ଦୀର୍ଘବର୍ଷ ଧରି ପ୍ରେମ ସମ୍ପର୍କ ରହିଥିବା ଯୁବତୀଙ୍କ ଘରକୁ ବାରମ୍ବାର ବିବାହ ପ୍ରସ୍ତାବ ନେଇ ଯାଇଥିଲେ ମଧ୍ୟ ଯୁବତୀଙ୍କ ପରିବାର ଲୋକେ ଏହାକୁ ବାରମ୍ବାର ମନା କରି ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଯୁବକଙ୍କ ପରିବାର ଅନ୍ୟଗ୍ରାମର ଜଣେ ଯୁବତୀଙ୍କ ସହ ଯୁବକଙ୍କ ବିବାହ ଠିକ କରି ନିର୍ବନ୍ଧ ଶେଷ ହେବା ପରେ ପୂର୍ବ ପ୍ରେମ ସମ୍ପର୍କ ରହିଥିବା ଯୁବତୀ ଏଭଳି ଗୁରୁତର ଅଭିଯୋଗ କରିଥିବା ଯୁବକଙ୍କ ପରିବାର ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ପ୍ରେମ, ଶାରୀରିକ ସମ୍ପର୍କ, ପ୍ରତାରଣା ଓ ଶେଷରେ ଜେଲ ଘଟଣାଟି ଅଞ୍ଚଳରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହେଉଛି ।

jayashree
Leave A Reply

Your email address will not be published.