ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କୀର୍ତ୍ତନମଣ୍ଡଳୀଙ୍କ ଗାଡ଼ି : ୨୦ରୁ ଅଧିକ ଆହତ

କାମାକ୍ଷାନଗର : କାମାକ୍ଷାନଗର ଥାନା ମହୁଲପାଳ ରେକୁଳା ସ୍ଥିତ ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ କୀର୍ତ୍ତନମଣ୍ଡଳୀଙ୍କ ଟାଟା ଏସି ଗାଡ଼ି ତଳକୁ ଖସିପଡିଥିବା ଜଣାପଡିଛି । ଏହାଫଳରେ ଗାଡ଼ିରେ ଥିବା ୨୦ରୁ ଅଧିକ କୀର୍ତ୍ତନିଆ ଆହତ ହୋଇଛନ୍ତି । ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମରୁ ଗତକାଲି କୋଟଗରା ଗ୍ରାମକୁ କୀର୍ତ୍ତନ କରିବାକୁ ଯାଇ ଆଜି ସମସ୍ତେ ଏକ ଟାଟା ଏସି ଗାଡ଼ିରେ ଘରକୁ ଫେରୁଥିଲେ । ଭାରସାମ୍ୟ ହରାଇ ଗାଡ଼ିଟି ବ୍ରିଜ ତଳକୁ ଖସିପଡ଼ିଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିଛି ।

Leave A Reply

Your email address will not be published.

ten − 3 =