csstore

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର ବେଲୁର ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବେଲୁର ଗ୍ରାମର ଗଗନ ଭୋଇ (୫୨) ଗୁରୁବାର ଦିନ ପ୍ରାୟ ଏଗାର ଟା ସମୟରେ ନିଜ ଜମିରେ ହଳ କରି ସାରିବା ପରେ ନିକଟରେ ଥିବା ଜଙ୍ଗଲକୁ ଗୁଞ୍ଜେର ଶାଗ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଗୁରୁତର ଗଗନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.