jayashree

ମାରାଙ୍ଗବୁରୁ କଲ୍‌ଚରାଲ ଗୃପର ସାଇ ଭଜନ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ମାରାଙ୍ଗବୁରୁ କଲ୍‌ଚରାରାଲ ଗୃପର ତାଲ ତନ୍ତ୍ର ମ୍ୟୁଜିକ ତରଫରୁ ସାଇ ଭଜନ ସନ୍ଧ୍ୟା ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କଳ୍ପନା ଶତପଥୀଙ୍କ ସଭାପତିତ୍ୱ, ସମ୍ପାଦିକା ନିଶିପଦ୍ମା ନନ୍ଦଙ୍କ ଆବାହକତ୍ୱ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ବାୱରାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଭଜନ ସନ୍ଧ୍ୟାରେ ଆର୍‌ଏସ୍‌ପିର ନିର୍ବାହୀ ନିର୍ଦ୍ଦେଶକ ଏସ୍‌ ପଲ ଚୌଧୁରୀ, ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଂଜନ ପଲେଇ, ଆପୋଲୋ ହସ୍ପିଟାଲର ନିର୍ଦ୍ଦେଶକ ଡା. ଅଖିଲ ଜୈନ, ସିଜିଏମ୍ ହୀରାଲାଲ ମହାପାତ୍ର, ସେଲୀ ପଲେଇ, ସୁଜାତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ କଳାକାର ଅନିଲ୍, ଜୁଲି, ଇତି, ସୁସ୍ମିତା, ବିଲାସିନୀ, ସୁରେଶ, ରବିନ୍ଦ୍ର, ଗଜେନ୍ଦ୍ର, ରମେଶ, ନିଶିପଦ୍ମା, କଳ୍ପନା, ସୁଜିତ ପ୍ରମୁଖ ସାଇଙ୍କ ଉପରେ ସୁନ୍ଦର ସୁନ୍ଦର ଭଜନ ପରିବେଷଣ କରି ଶ୍ରୋତାଙ୍କ ମନ କିଣି ନେଇଥିଲେ । ସେକ୍ଟର ୪ର ବ୍ଲୁମୁନ୍ ଇଭେଣ୍ଟ ତରଫରୁ ସୁନ୍ଦର ଭାବେ ମଞ୍ଚ ସଜ୍ଜା କରାଯାଇ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ, ଏନ୍ କେ ନନ୍ଦ, ସୁନିଲ କାୟଲ, କୋଷାଧ୍ୟକ୍ଷ ଗଜେନ୍ଦ୍ର ମୁର୍ମୁ, ସାଂସ୍କୃତିକ ସମ୍ପାଦିକା ଜୁଲି ମହାନ୍ତି ତଥା ଅର୍ଚ୍ଚନା ସାହୁ ଓ ଅଜିତା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଅନୁଷ୍ଠାନ ତରଫରୁ ସମସ୍ତ ଗାୟକ ଗାୟିକା ତଥା ବ୍ଲୁମୁନ ଇଭେଣ୍ଟର ରମେଶ ଚନ୍ଦ୍ର ସେଠୀଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସଭାପତି ଶ୍ରୀମତୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.