csstore

ଶ୍ରୀରାମ ନବମୀ ଓ ଶ୍ରୀରାମ ଭଜନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ରାମସ୍ୱାମୀ ମନ୍ଦିର ଠାରେ ଶ୍ରୀରାମ ନବମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପୂଜା ପୂର୍ବରୁ ସକାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ଶ୍ରୀରାମ ନବମୀ ପୂଜାରେ କର୍ତ୍ତା ଭାବରେ ହରିବନ୍ଧୁ ବଗର୍ତ୍ତୀ ଓ ତାଙ୍କର ପତ୍ନୀ ବାସନ୍ତୀ ବଗର୍ତ୍ତୀ ଦାୟିତ୍ୱ ତୁଲାଇଥିଲେ । ପରେ ସନ୍ଧ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶ୍ରୀରାମ ଭଜନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବରେ ବିଶିଷ୍ଟ କଳାକାର ଟଙ୍କଧର ମିଶ୍ର ଓ ଦିଲୀପ ସିଂ ଦେଓ ଯୋଗଦେଇଥିଲେ । ପୁରଷ୍କାର ବିତରଣୀ ସଭାରେ ରାମସ୍ୱାମୀ ମନ୍ଦିର ଟ୍ରଷ୍ଟର ସଭାପତି ଭବାନୀ ଶଙ୍କର ଶତପଥୀ, ସମ୍ପାଦକ ଶିଶିରକାନ୍ତ ଶତପଥୀ, କୋଷାଧ୍ୟକ୍ଷ ହିଂମାଶୁ ଶେଖର ପଣ୍ଡା ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୌମେନ୍ଦ୍ର କୁମାର ପଟ୍ଟନାୟକ । ସହଯୋଗ କରିଥିଲେ ବୁଲୁ ଦାନୀ, ମାର୍ଗଶୀର କର୍ମୀ, ପ୍ରଦୀପ ଥନାପତି, ଶଙ୍କର ପ୍ରସାଦ ମାଝୀ, ସୌମ୍ୟଦୀପ ସରାଫ, ସନୋଜ ମିଶ୍ର, ସନ୍ତୋଷ ମିଶ୍ର, ସୁବଳ ବେହେରା, କବି ବାଗ, କୁନୁ ପୋଢ, ଭକ୍ତ ପୋଢ, ହରିବନ୍ଧୁ ବଗର୍ତ୍ତୀ, ନିରଞ୍ଜନ ହାତୀ, ବଳଦେବ ହାତୀ ଓ ଅନ୍ୟମାନେ । ଏହି ଅବସରରେ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ ସହଯୋଗ କରିଥିବା ସକାଶେ ବ୍ୟକ୍ତି ବିଶେଷକୁ ଫଟୋଚିତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.