jayashree

ପାରାଦୀପ ରିଫାଇନରୀ- ଭାରତର ଉର୍ଜା ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଆଧାର

ପାରାଦୀପ, (କେପିଏନ୍‌ଏସ୍‌) : ପାରାଦୀପଠାରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ଦ୍ୱାରା ପରିଚାଳିତ ପାରାଦୀପ ରିଫାଇନାରୀ ଦେଶର ଉର୍ଜା ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଆଧାର ବୋଲି କହିଛନ୍ତି ପାରାଦୀପ ରିଫାଇନାରୀ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ କୌଶିକ ବସୁ । ବୁଧବାର ଦିନ ପାରାଦୀପ ରିଫାଇନାରୀ କମ୍ୟୁନିଟି ହଲ୍ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ବସୁ ଇଣ୍ଡିଆନ୍ ଅଏଲ୍ ହେଉଛି ଏକ ଫର୍ଚ୍ଚୁନ୍‌ ୫୦୦ ତାଲିକା ଭୁକ୍ତ ସମନ୍ୱିତ ଉର୍ଜା ପ୍ରମୁଖ କମ୍ପାନୀ । ଦେଶର ସବୁଠାରୁ ବଡ ଓ ଅଧିକ ବିଶ୍ୱସ୍ତ କମ୍ପାନୀ ମଧ୍ୟରୁ ଅନ୍ୟତମ । ପାରାଦୀପରେ ପ୍ରାୟ ୪୩, ୩୫୯କୋଟି ଟଙ୍କାର ନିବେଶ କରିଛି । ଯାହାକି ବିଶ୍ୱର ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି । ଏହି ରିଫାଇନାରୀରେ ଆଖପାଖ ଅଂଚଳର ପ୍ରାୟ ୧୨,୫୦୦ରୁ ଅଧିକ ଲାକଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିଛି । ଓଡିଶାର ଭଦ୍ରକଠାରେ ଏମସିପିଏଲ୍ ସହ ମିଳିତ ଉଦ୍ୟୋଗରେ ଏକ ଟେକ୍ସଟାଇଲ୍ ପାର୍କ ପ୍ରକଳ୍ପରେ ପ୍ରାୟ ୪,୩୮୨କୋଟି ଟଙ୍କା ନିବେଶ କରାଯାଉଛି । ଏହି ନିବେଶ ଗୁଡିକ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧିନରେ ନବୀକରଣକୁ ପ୍ରୋତ୍ସାହନ, ଆତ୍ମନିର୍ଭରତାକୁ ବୃଦ୍ଧି, ସ୍ୱଛ, ନିରନ୍ତର ଭବିଷ୍ୟତ ପାଇଁ ଜାତୀୟ ଉର୍ଜା ପରିବର୍ତ୍ତନକୁ ଆଗେଇ ନେବାରେ କର୍ପୋରେସନର ଦୃଢ ପ୍ରତିବଦ୍ଧତାକୁ ସୂଚିତ କରୁଛି । ଆର୍ଥିକ ବର୍ଷ ୨୦୨୫-୨୬ରେ ପାରାଦୀପ ରିଫାଇନାରୀ ସର୍ବାଧିକ ୧୬.୩୫ ଏମ୍‌ଏମ୍‌ଟି ଅଶୋଧିତ ତୈଳ ବିଶୋଧନର ରେକର୍ଡ ସୃଷ୍ଟି କରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଅନେକ ପ୍ରତିଷ୍ଠିତ ସମ୍ମାନ ହାସଲ କରିଛି, ଯେଉଁଥିରେ କଳିଙ୍ଗ ନିରାପତ୍ତା ଉତ୍କର୍ଷ ପୁରସ୍କାର, କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର, ନ୍ୟାନାଲ ସେଫ୍ଟି ପୁରସ୍କାର ଏବଂ ଗ୍ରୀନ୍ ଚମ୍ପିୟାନ ପୁରସ୍କାର ଅନ୍ତର୍ଭୁକ୍ତ । ଗତ ଆର୍ଥିକ ବର୍ଷରେ ପାରାଦୀପ ରିଫାଇନାରୀ ବିଭିନ୍ନ ଶୁଳ୍କ, ଟିକସ ଓ ଅନ୍ୟାନ୍ୟ ଦେୟ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୩୦, ୩୯୨କୋଟି ଟଙ୍କା ପ୍ରଦାନ କରିଛି । ଏକ ଦାୟିତ୍ୱଶୀଳ କର୍ପୋରୋଟ୍ ପ୍ରତିଷ୍ଠାନ ଭାବେ ପାରାଦୀପ ରିଫାଇନାରୀ ପାନୀୟ ଜଳ, ଶିକ୍ଷା, ଦକ୍ଷତା ବିକାଶ, ଯୁବ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, ଆତ୍ମନିଯୁକ୍ତି, ଅନାଥାଶ୍ରମ ଓ ବୃଦ୍ଧାଶ୍ରମକୁ ସହାୟତା ପ୍ରଦାନ କରିଛି । ପାରାଦୀପକୁ ଏକ ବିଶ୍ୱସ୍ତରୀୟ ସମନ୍ୱିତ ରିଫାଇନାରୀ ଏବଂ ପେଟ୍ରୋଲିୟମ୍ ହବ୍ ଭାବରେ ବିକଶିତ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ନିରନ୍ତର ନିବେଶ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି । ଯାହା ଭାରତର ଉର୍ଜା ସୁରକ୍ଷାକୁ ସୁଦୃଢ କରିଥାଏ । ନିରନ୍ତର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଓଡିଶା ତଥା ଦେଶର ଦେଶବାସୀଙ୍କ ପାଇଁ ନିରନ୍ତର ଭାବେ ସୁଫଳ ସୃଷ୍ଟି କରି ପାରିଛି ବୋଲି କହିଥିଲେ ।

Leave A Reply

Your email address will not be published.