
- ଆମ୍ବୁଲାନ୍ସ ସେବା ନେଇ ବିଜେଡିର ଅସନ୍ତୋଷ, ଆନ୍ଦୋଳନ ଚେତାବନୀ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣିଥରେ ଅବ୍ୟବସ୍ଥା ନେଇ ଅଭିଯୋଗ ଉଠିଛି । ଏନେଇ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । କଣ୍ଟାବାଞ୍ଜି ମେଡିକାଲରେ ରୋଗୀମାନେ ବିଭିନ୍ନ ସମସ୍ୟା ନେଇ ହଇରାଣ ହେଉଥିବା ବେଳେ ଜରୁରୀ ସମୟରେ ଆବଶ୍ୟକ ଆମ୍ବୁଲାନ୍ସ ସେବା ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ଏହା ଫଳରେ ଗୁରୁତର ରୋଗୀ ଓ ସେମାନଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି । କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ନିଜେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଥିବା ସତ୍ତ୍ୱେ ମେଡିକାଲରେ ଏଭଳି ସମସ୍ୟା ରହିବା ଦୁଃଖର ବିଷୟ ବୋଲି ଅଜିତ ଯୋଶୀ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ବଲାଙ୍ଗୀର ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ କଣ୍ଟାବାଞ୍ଜି ଅଞ୍ଚଳକୁ ସରକାର ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି । ମେଡିକାଲର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରାନଗଲେ ଆଗାମୀ ଦିନରେ ବିଜୁ ଜନତା ଦଳ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଯୋଶୀ ଚେତାବନୀ ଦେଇଛନ୍ତି ।