oom

ଶୃଙ୍ଖଳିତ ଛାତ୍ର ଦେଶର ଭବିଷ୍ୟତ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭା କକ୍ଷଠାରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପରିଚୟ ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପିକା ଶ୍ରୀମତି ନମିତା ରଥ, ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର, ପ୍ରାଧ୍ୟାପକ ସୌମିତ୍ରି ପ୍ରଧାନ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ପାତ୍ର ଯୋଗଦେଇ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିୟମ କାନୁନ ଉପରେ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହିତ ଶ୍ରେଣୀଗୃହରେ ଅଧ୍ୟୟନର ଫାଇଦା ନେବା ସହିତ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ଉପଦେଶ ପ୍ରଦାନ କରିଥିଲେ । ଅଧ୍ୟାପକମାନଙ୍କ ଉପସ୍ଥିତିରେ ମହାବିଦ୍ୟଳୟର ଅନୁଶାସନ ଓ ନିୟମ ପାଳନ କରି ଶୃଙ୍ଖଳାର ସହିତ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ଏହି ସଭାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ପରସ୍ପରର ପରିଚୟ ଓ ଭାବର ଆଦାନ ପ୍ରଦାନ ହୋଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଉଦ୍ଦୀପନା ଓ ଶିକ୍ଷା ଗ୍ରହଣ କରିବା ଇଚ୍ଛାଶକ୍ତି ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଆହୁରି ଉତ୍ସାହିତ କରିଥିଲା ।

jittmm
Leave A Reply

Your email address will not be published.