ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ ‘ବେଓ୍ୱଜା ଇସ୍କ’ର ରିଲିଜ

ଭୁବନେଶ୍ୱର : ସ୍ୱୟଂ ପ୍ରଭାସ ଓ ପ୍ରକୃତିଙ୍କ ଅଭିନୀତ ମ୍ୟୁଜିକ୍‌ ଭିଡ଼ିଓ ‘ବେଓ୍ୱଜା ଇସ୍କ’ର କିଲିଜ ହୋଇଛି । ନିଜକୁ ସେଲିବ୍ରିଟି ଭାବରେ ଗଢି ତୋଳିଛନ୍ତି ଯୁବ ଗାୟକ ସ୍ୱୟଂ ପ୍ରଭାସ ପାଢୀ । ତାଙ୍କ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରିଛି । ଗତ ୨୦୨୦ରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ସ୍ୱୟଂ ପ୍ରଭାସଙ୍କ କଣ୍ଠରେ ରିଲିଜ ହୋଇଥିଲା ସଙ୍ଗୀତ ତାରୋଁ କେ ସେହେର । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସ୍ୱୟଂ ସୋସିଅଲ ମିଡିଆରେ ବେଶ୍‌ଆକ୍ଟିଭ୍‌ । ଚଳିତ ଥର ସେ ଏକ ଗୀତ ଗାଇଛନ୍ତି ଯାହା ସମ୍ପୂର୍ଣ୍ଣ ହିନ୍ଦୀ ଭାଷାରେ ଲେଖାଯାଇଛି । ଏହି ଗୀତଟି ସମ୍ପୂର୍ଣ୍ଣ ଭାବରେ ପ୍ରକୃତି ମିଶ୍ରଙ୍କ ଉପରେ ପର୍ଯ୍ୟବେଷିତ । ଅବଶ୍ୟ ପ୍ରକୃତିଙ୍କ ବିପକ୍ଷରେ ସ୍ୱୟଂଙ୍କୁ ଦେଖିବାକୁ ମିଳିଛି । ଗୀତର ନାଁ ରହିଛି ବେଓ୍ୱଜା ଇସ୍କ । ଏହି ରୋମାଂଟିକ ଟ୍ରାକରେ ସ୍ୱୟଂ ପ୍ରଭାସଙ୍କୁ ଏକ ନୂଆ ଲୁକରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଗୁରୁବାରକୁ ଭୁବନେଶ୍ୱରସ୍ଥିତ ଏକ ମଲରେ ଏହି ଗୀତର ସ୍କ୍ରିନିଂ ହୋଇଛି । ଏହାକୁ ତପି ମିଶ୍ର, ଅଙ୍କିତ କୁମାର, ଚିନ୍ମୟ ମିଶ୍ର, ପୁପୁଲ ଭୂୟାଁ, ଅନ୍ତରା ଚକ୍ରବର୍ତ୍ତୀଙ୍କ ଭଳି କଳାକାର ଉଭୟ ପ୍ରକୃତି ଓ ସ୍ୱୟଂଙ୍କ ଏହି ନିଆରା ପ୍ରୟାସକୁ ଖୁବ୍‌ପ୍ରଶଂସା କରିଛନ୍ତି । ଡିଜିଟାଲ ସ୍କେଚ୍‌ଫିଲ୍ମସ ଦ୍ୱାରା ପ୍ରଯୋଜିତ ଏହି ଭିଡ଼ିଓସଙ୍ଗ୍ ‌ଶୁକ୍ରବାରକୁ ୟୁଟ୍ୟୁବରେ ରିଲିଜ ହୋଇଛି ।

Leave A Reply

Your email address will not be published.