ବେଲଗାମ କରୋନା : ବଜାର ବନ୍ଦ ଗୁଜବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା କାଲି ଠାରୁ ସକାଳୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବା ନେଇ ଗୁଜବ ଆଜି ଜୋର ଧରିଥିବା ଶୁଣିବାକୁ ମିଳୁଛି । ଏ ବିଷୟରେ ପ୍ରଶାସନକୁ ପଚାରାଯିବାରୁ, ଦୋକାନ ବଜାର ବନ୍ଦ ନେଇ ଏପର୍ୟ୍ୟନ୍ତ କୌଣସି ସରକାରୀ ସୂଚନା ନଥିବା କୁହାଯାଇଥିବା ବେଳେ ଏହା କେବଳ ଗୁଜବରେ ସୀମିତ ବୋଲି ସୂଚନା ମିଳିଛି ।
ସୂଚନାରୁ ପ୍ରକାଶ ଯେ, ଆଜି ସକାଳୁ ସ୍ଥାନୀୟ ବଣିକ ସଙ୍ଘର ସଦସ୍ୟମାନେ ଉପଜିଲ୍ଲାପାଳଙ୍କୁ ଦେଖା କରି ଜିଲ୍ଲାରେ ଭୟଙ୍କର କରୋନା ସ୍ଥିତି ଉପରେ ଆଲୋଚନା କରିଥିଲେ । ସଂକ୍ରମଣକୁ ରୋକିବାକୁ ଭିଡ଼ ଉପରେ ନିୟନ୍ତ୍ରଣ କରିବା ସହ କିଛି ଦିନ ଦୋକାନ ବଜାର ବନ୍ଦ କରିବା ପାଇଁ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ । ଏହି ଘଟଣା ସାମାଜିକ ଗଣ ମାଧ୍ୟମରେ ପ୍ରକାଶ ପାଇବ ପରେ ସହରରେ ଦୋକାନ ବଜାର ଦିନ ୩ଟା ପର୍ୟ୍ୟନ୍ତ ଖୋଲା ରହିବା ଗୁଜବ ଜୋର ଧରିଥିବା ବିଶ୍ୱାସ କରାଯାଉଛି ।
ପ୍ରକାଶ ଯୋଗ୍ୟ ଯେ, କରୋନା ସାରା ଜିଲ୍ଲାରେ ତାଣ୍ଡବ ରଚିଛି । ମୁଖ୍ୟତଃ ସେପ୍ଟେମ୍ବର ମାସରେ ଏହା କରାଳ ରୂପ ଅକ୍ତିଆର କରିଛି । ପ୍ରତିଦିନ ସଂକ୍ରମିତ ସଂଖ୍ୟା ଦୁଇ ଅଙ୍କ ପାର କରୁଥିବା ବେଳେ ସହରର ଅନେକ ଚିହ୍ନାମୁହଁ ମୃତ୍ୟୁ ବରଣ କରିଛନ୍ତି । ଏପରିକି କରନା ଦାଉରେ ସାରା ପରିବାର ସର୍ବସ୍ୱାନ୍ତ ହୋଇପଡୁଛନ୍ତି । ମିତ୍ତଲ ପରିବାରର ବାପ ପୁଅଙ୍କ ଅକାଳ ବିୟୋଗ ପରେ ମିଶ୍ର ଦମ୍ପତ୍ତିଙ୍କ କରୋନାରେ ମୃତ୍ୟୁବରଣ କରିବା ସହରରେ କୋକୁଆ ଭୟ ସୃଷ୍ଟି କରିଛି । ଅନ୍ୟ ପଟେ ଜିଲ୍ଲାରେ କରନା ନିୟନ୍ତ୍ରଣ ଫେଲ ମାରିଥିବା ବେଳେ କରୋନା ସେଣ୍ଟର ଗୁଡିକ ଦିନକୁ ଦିନ ବନ୍ଦ ହେବାରେ ଲାଗିଛି । ଆହୁରି ମେଡିକାଲ କଲେଜ ହସ୍ପିଟାଲରେ ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇବାର କୌଣସି ଗେରେଣ୍ଟି ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏଭଳି ଅବସ୍ଥାରେ ଗୋଟିଏ ବେଳି ଦୋକାନ ବଜାର ବନ୍ଦ ହେବା ପ୍ରସ୍ତାବକୁ ଅନେକ ସ୍ୱାଗତ କରୁଥିବା ବେଳେ ଦିନ ମଜୁରିଆ ଓ ଖଟିଖିଆଙ୍କ ମଧ୍ୟରେ ଏହାକୁ ନେଇ ଭଲେଣି ପଡିଛି ।

Leave A Reply

Your email address will not be published.