ବେଲପଡା ପୋଲିସ ଦ୍ୱାରା ୩ ଚୋର ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ ଉପଖଣ୍ଡସ୍ଥ ବେଲପଡା ପୋଲିସ ଦ୍ୱାରା ବିଭିନ୍ନ ସ୍କୁଲମାନଙ୍କରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇ ଥିବାବେଳେ ୩ ଚୋରଙ୍କୁ ଗିରଫ କରାଯାଇଛି । କରୋନା ସମୟରେ ସ୍କୁଲଗୁଡିକ ବନ୍ଦ ଥିବାବେଳେ ଏହାର ଫାଇଦା ନେଇ ପାଟଣାଗଡ ବ୍ଲକ ଗଙ୍ଗାସାଗର ସ୍କୁଲ, ବେଲପଡା ବ୍ଲକ ନୁନହାଡ ହାଇସ୍କୁଲ, ପର୍ଲିମାଲ ହାଇସ୍କୁଲ, ମଣ୍ଡଲ ହାଇସ୍କୁଲ, ଦର୍ହମୁଣ୍ଡା ହାଇସ୍କୁଲରୁ କମ୍ପ୍ୟୁଟର ସାମଗ୍ରୀ, ଇନଭର୍ଟର, ବ୍ୟାଟେରୀ ଏବଂ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଚୋରି ହୋଇଥିବା ପାଟଣାଗଡ ଥାନା ଏବଂ ବେଲପଡା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବେଲପଡା ଥାନାଧିକାରୀ ସଚ୍ଚିଦାନନ୍ଦ ବରିହାଙ୍କ ନେତୃତ୍ୱରେ ଏକ ଟିମ ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ତଦନ୍ତ ସମୟରେ ବିଧାଭଟା ଗ୍ରାମର ମୀନକେତନ ବିଭାର ଏବଂ ଶିବ ବାଗ, ଝାଙ୍କିରିପାଲି ଗ୍ରାମର ଯୋଗେଶ୍ୱର ସାହୁଙ୍କୁ ପୂର୍ବ କେଶ ରେକର୍ଡକୁ ଭିତ୍ତି କରି ସେମାନଙ୍କୁ ଜେରା କରିଥିଲେ । ଜେରା ସମୟରେ ସେମାନେ ଦୋଷ ସ୍ୱୀକାର କରିଥିଲେ ଏବଂ ସେମାନଙ୍କଠାରୁ ଚୋରି ସାମଗ୍ରୀ ୬ଟି ଇନଭର୍ଟର ଓ ବ୍ୟାଟେରୀ, ୨ଟି ମେନ ସ୍ୱିଚ, ଗୋଟିଏ ଏମ୍ପ୍ଲିଫାୟାର, ୨ଟି ଡିଜିଟାଲ ୱାଲ କ୍ଲକ ଏବଂ ଗୋଟିଏ ମାଇକ୍ରୋଫୋନ, ସାଉଣ୍ଡ ସେଟ ପ୍ରଭୃତ ଜବତ ହୋଇଛି । ଆଇପିସି ଧାରା ୪୫୭, ୩୮୦ ଏବଂ ୩୪ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

jittmm
Leave A Reply

Your email address will not be published.