ଜିଲ୍ଲାରେ ଥିବା ୧୩ ଗୋଟି ଡିଗ୍ରୀ ମହାବିଦ୍ୟାଳୟରେ ୬ଷ୍ଟ ସେମିଷ୍ଟାର ପରୀକ୍ଷା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମହାମାରୀ କରୋନା ଯୋଗୁଁ ପିଲାଙ୍କ ସମସ୍ତ ପରୀକ୍ଷା ବନ୍ଦ ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ପିଲାଙ୍କ ୬ଷ୍ଟ ସେମିଷ୍ଟାର ପରୀକ୍ଷା ମଧ୍ୟ ବନ୍ଦ ଥିଲା । ତେବେ ୟୁ.ଜି.ସି.ର ନିର୍ଦ୍ଦେଶ ମୁତାବକ ଆଜି ଜିଲ୍ଲାରେ ଥିବା ସମସ୍ତ ୧୩ଗୋଟି ଡିଗ୍ରୀ ମହାବିଦ୍ୟାଳୟରେ ପିଲାଙ୍କ ୬ଷ୍ଟ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଛି । ଜିଲ୍ଲାର ସୋନପୁର, ବୀରମହାରାଜପୁର, ଉଲୁଣ୍ଡା, ତରଭା, ଫିନିକ୍ସ, ରାମପୁର ଏବଂ ସୁବଳୟା ଆଦି ବାକି ସମସ୍ତ ଡିଗ୍ରୀ ମହାବିଦ୍ୟାଳୟରେ ଆଜିଠାରୁ ଯୁକ୍ତ ତିନି ତୃତୀୟ ବର୍ଷ ପିଲାଙ୍କ ୬ଷ୍ଟ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରକୁ ଯିବା ପୁର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ସ୍କାନିଂ କରାଯାଇଛି । ସେହିଭଳି ହଲକୁ ଯିବା ପୁର୍ବରୁ ହାତକୁ ଧୋଇବା ସହ ସାମାଜିକ ଦୂରତାକୁ ମାନି ପିଲାଙ୍କୁ ବସାଯାଇଛି । ପରୀକ୍ଷା ଦେବା ସମୟରେ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୁଳକ କରାଯାଇଛି ।

Leave A Reply

Your email address will not be published.