jsm

କଥା ଦେଇ କଥା ରଖିଲା ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥା ଦେଇ କଥା ରଖିଛି ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ । ବଲଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅର୍ନ୍ତଗତ ଭାଲୁକୁନ୍ଦ ଗାଁର ସୁମନ୍ତ ସାହୁଙ୍କୁ କର୍କଟ ରୋଗ ହେତୁ ତାଙ୍କ ହାତର ମାଂସ ଝଡିବାକୁ ଲାଗିଥିଲା । ଚିକିତ୍ସିତ ହେବା ପାଇଁ ସୁମନ୍ତଙ୍କ ପାଇଁ ଅର୍ଥ ସାଜିଥଲା ବାଧକ । ତେବେ ସାରା ଓଡିଶାରେ ସହାୟତାର ହାତ ବଢାଇ ଆସୁଥିବା ବଲାଙ୍ଗିର ଜିଲ୍ଲାର ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଖବର ପାଇ ତାଙ୍କ ପାଖରେ ପହଂଚି ତାଙ୍କୁ ପ୍ରଥମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଉଚ୍ଚ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟ୍ୱିଟ୍‌ ଯୋଗେ ଜଣେଇବା ପରେ ମନ୍ତ୍ରୀଙ୍କ ହସ୍ତକ୍ଷେପରେ ତାଙ୍କୁ ଗତ ୧ ତାରିଖରେ କଟକ ମେଡିକାଲକୁ ପଠାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସୁମନ୍ତଙ୍କ ଅସ୍ତ୍ରୋପଚାର ସରିଛି । ତେବେ ବିଙ୍ଗ ହ୍ୟୁମାନ୍‌ର ଏହି କାମକୁ ସାରା ରାଜ୍ୟରେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.