୧୫୦ କେନ୍ଦୁ ଗଣ୍ଡି ଓ ଟ୍ରାକ୍ଟର ଜବତ କଲା ବନ ବିଭାଗ

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ବିଟ ଅନ୍ତର୍ଗତ ଟେଙ୍ଗରା ଶାନ୍ତିନଗରର ଏକ ନବନିର୍ମିତ ଘରୁ ୧୫୦ଟି କେନ୍ଦୁ ଗଣ୍ଡି ସମେତ ୨ଟି ଟ୍ରାକ୍ଟର ଜବତ କରିଛି ବନ ବିଭାଗ । ହେଲେ ଏହି ବନ ମାଫିଆ କିଏ ଓ ଗାଡି କାହାର ଏପର୍ୟ୍ୟନ୍ତ ଜଣାପଡି ନାହିଁ ।ବଲାଙ୍ଗିର ବନ ବିଭାଗ ଡ଼ିଏଫଓ ସମୀର ଶତପଥିଙ୍କ ନେତୃତ୍ୱରେ ରେଞ୍ଜର ବିଜୟ ଖୁଣ୍ଟିଆ, ପ୍ରଶାନ୍ତ ନାଏକ ସମେତ ଟିକ୍ରା ପଡା, ମୁରିବାହାଲ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇ ଚଢ଼ାଉରେ ସଫଳତା ହାସଲ କରିଛନ୍ତି । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବେଧଡ଼କ ଭାବେ କାଠର ଚୋରା ଚାଲାଣ ହୋଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.