pr

ଫସଲ ବୀମା ଟଙ୍କା ପ୍ରଦାନରେ ଅନିୟମିତତା ନେଇ ଜିଲ୍ଲାପାଳ‌ଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର : ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ

dr. purohit

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ଜଳସେଚନର ବ୍ୟବ‌ସ୍ଥା ନ ଥିବା କାରଣରୁ ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମରୁଡିର ଶିକାର ହୋଇଥାନ୍ତି ଚାଷୀମାନେ । ତେବେ ୧୯-୨୦ମସିହାରେ ଚାଷୀମାନେ କୃଷି ବୀମା କରିଥିଲେ, ହେଲେ ବୀମାର ତାଙ୍କୁ ଉଚିତ ମୁଲ୍ୟ ମିଳି ନ ଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ବ୍ଳକ ବୁଢାବାହାଲ ଗ୍ରାମ ପଞ୍ଚାୟତର ଚାଷୀମାନେ ସଇଁ‌ନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତବାସୀଙ୍କୁ କୃଷି ବୀମା ଯୋଜନା ଅନୁଯାୟୀ ୫୦ରୁ ୬୦ ଶତକଡ଼ା ହିସାବରେ ଟଙ୍କା ମିଳିବା କଥା ହେଲେ ଶତକଡ଼ା ୧୬ରୁ କମ ପରିମାଣରେ ବୀମା ଯୋଜନାର ଟଙ୍କା ମିଳିଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ଦେଖାଦେଇଛି ।

ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଏହାର ଉଚିତ ପରିମାଣ ଟଙ୍କା ଚାଷୀଙ୍କୁ ଦିଆଯାଉ ବୋଲି ବୁଢାବାହାଲ ସରପଞ୍ଚ କପିଳ ଭୋଇଙ୍କ ନେତୃତ୍ୱରେ ପଞ୍ଚାୟତର ଵୈକୁଣ୍ଠ ମାଝୀ, ଗଦାଧର ସାହୁ, ବିନାୟକ ବେହେରା, ରଞ୍ଜିତ ସିଂ, ଧୃବ ସାହୁ, ବିନେସ ଗହୀର, ପଦ୍ମଲୋଚନ ସାହୁ, ଚକ୍ରଧର ସାହୁ, ସୁଶାନ୍ତ ସୁନା, କିଶୋର ମହାଲିଙ୍ଗ ସମେତ ଶତାଧିକ ଚାଷୀ ମେଳି ହୋଇଥିଲେ । ତେବେ ଯଦି ଆଗାମୀ ଦିନରେ ଚାଷୀଙ୍କୁ ତାଙ୍କ ଉଚିତ ପରିମାଣର ଟଙ୍କା ନ ମିଳେ, ତେବେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.