pakka

କୋରାନା ଚିହ୍ନଟ ହେବା ପରେ ଯୁବକଙ୍କ ଆତ୍ମହତ୍ୟା

bbehera

ନବରଙ୍ଗପୁର : କରୋନାରେ ଚିହ୍ନଟ ହେବା ପରେ କୀଟନାଶକ ପିିଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଳାର ବଡସିମା ଗାଁର ଯୁବକ ନରେନ୍ଦ୍ର ବିଶୋଇ(୨୦) ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ର‍୍ୟାପିଡ଼୍‌ ଟେଷ୍ଟ କରାଇଥିଲେ । ଟେଷ୍ଟ ପୋଜେଟିଭ୍‌ ଆସିବା ନେଇ କୋଭିଡ୍‌ ପରୀକ୍ଷଣ କରୁଥିବା କର୍ମଚାରୀମାନେ ନରେନ୍ଦ୍ର ବିଶୋଇଙ୍କୁ କହିବା ସହ ସଙ୍ଗରୋଧରେ ରହିବାକୁ କହିଥିଲେ । କିନ୍ତୁ ଏହି କୋଭିଡ୍‌ ଟେଷ୍ଟ ଖବର ନରେନ୍ଦ୍ରଙ୍କ ପାଇଁ କାଳ ସାଜିଲା । ଘରକୁ ବିଲମ୍ବରେ ଫେରିବା ନେଇ ପରିବାର ଲୋକେ ପଚାରିବା ପରେ ନରେନ୍ଦ୍ର ରାଗି ଯାଇଥିଲେ । କିଛି ସମୟ ଗଲା ପରେ ଜମିରେ ବ୍ୟବହୃତ କୀଟନାଶକ ପିଇ ସେ ଆତ୍ମହତ୍ୟା କରିଛିନ୍ତି ବୋଲି ଖବରରେ କୁହାଯାଇଛି ।

jay balangir
Leave A Reply

Your email address will not be published.

7 + nine =