pakka

ବେଦମନ୍ତ୍ରରେ କମ୍ପୁଛି ନୃସିଂହନାଥ ପୀଠ : ମାନବ ସମାଜରେ ଶାନ୍ତି ବାର୍ତ୍ତା ବହନ କରୁଛି ବିଶ୍ଵଶାନ୍ତି ମହାଯଜ୍ଞ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ପାଞ୍ଚ ଦିନ ବ୍ୟାପୀ ମହାସମାରୋହରେ ହୋଇଯାଇ ଅଛି । ଏହି ମେଳା ଆସନ୍ତା କାଲି ୧୬ ତାରିଖ ଉଦ୍‌ଯାପିତ ହେବ । ଆଜି ବୈଶାଖ ମେଳାର ବିଶ୍ଵଶାନ୍ତି ମହାଯଜ୍ଞ ଚତୁର୍ଥ ଦିନରେ ନୃସିଂହନାଥ ମହାପ୍ରଭୁଙ୍କ ଚତୁର୍ଦ୍ଦଶୀ ଦିନରେ ମହାପ୍ରଭୁଙ୍କ ନାମରେ ବିଶ୍ୱଶାନ୍ତି ମହାଯଜ୍ଞ, ୩୫ ହଜାର ବୀଜ ମନ୍ତ୍ର ଜପ କରାଯାଇଛି । ମୁଖ୍ୟ ପଣ୍ଡିତ ଡିଗ୍ରୀଧର ଦେବତାଙ୍କ ସହ ୧୧ ଜଣ ଦକ୍ଷ ପଣ୍ଡିତ ପୂଜାକାର୍ଯ୍ୟରେ ନିୟୋଜିତ ହୋଇ ବେଦମନ୍ତ୍ରରେ କମ୍ପୁଛି ଶ୍ରୀ ନୃସିଂହନାଥ ପୀଠ । ଯଦ୍ବାରା ଏକ ମାନବ ସମାଜକୁ ଶାନ୍ତିର ବାର୍ତ୍ତା ନେଇ ଆସୁଛି ।

ପୀଠ ପରିବେଶରେ ଲୋକ ମାନଙ୍କର ସମାଗମ, ବ୍ୟବସାୟୀ ମାନଙ୍କ ଦୋକାନ ସହିତ ରାତ୍ରିର ଆଲୋକମାଳା ମନକୁ ଏକ ନୂତନ ଦୁନିଆରେ କିଣି ନେଉଛି । ନୃସିଂହନାଥ ମନ୍ଦିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଗନ୍ଧମାର୍ଦ୍ଦନ ପର୍ବତରେ ଗୋଟା ପାଶ୍ୱର୍ରେ ରହିଥିବା ବେଳେ ଆର ପାଶ୍ୱର୍ରେ ରହିଛନ୍ତି ପ୍ରଭୁ ହରିଶଙ୍କର । ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଭକ୍ତ ମାନେ ନୃସିଂହନାଥ ଓ ହରିଶଙ୍କରକୁ ଚଳ ପ୍ରଚଳ କରି ଗନ୍ଧମାର୍ଦ୍ଦନ ପର୍ବତକୁ ମନମୁଗ୍ଧ କରି ଦିଅନ୍ତି । ନୃସିଂହନାଥ ପୀଠରେ ଥିବା ଭାଗବତ ତତ୍ତ୍ବ ଆଶ୍ରମ ପ୍ରତିଷ୍ଠାତା ସ୍ଥନ ରଘୁନାଥ ଜୀଙ୍କ ଦ୍ୱାରା ଦୀର୍ଘ ୬ / ୫ ବର୍ଷ ଧରି ବୈଶାଖ ମେଳା ଅବସରରେ ଅନ୍ନଛତ୍ର ଆୟୋଜନ କରି ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ସେବନ କରି ଆଶୀର୍ବାଦ ଲାଭ କରନ୍ତି । ବୈଶାଖ ମେଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସମାଗମ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନେ ପ୍ରଭୁ ନୃସିଂହଙ୍କ ଦର୍ଶନ ଲାଭ କରିବା ପାଇଁ ବହୁ କଷ୍ଟ ହେଲେ ମଧ୍ୟ ମହାପ୍ରଭୁଙ୍କ ମହିମା ଟାଣି ଆଣେ ଶ୍ରୀ ନୃସିଂହନାଥ ଧାର୍ମିକକୁ ।

ଏହି ମେଳାରେ ପ୍ରବଳ ଜନ ସମାଗମ ହୋଇଥାଏ । ଏହି ମେଳାକୁ ସୂଚାରୁ ରୂପେ ପରିଚଳନା କରିବା ପାଇଁ ପ୍ରଶାସନ ପୂର୍ଣ୍ଣ ମାତ୍ରାରେ ସଜାଗ ରହିବା ସହିତ ଶ୍ରଦ୍ଧାଳୁଙ୍କ ସେବା ପ୍ରଧାନ୍ୟ ଦିଆଯାଉଛି ବୋଲି ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସମସ୍ତ ଜନ ସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

19 + seven =