pakka

ବିବିଏ ସେମିଷ୍ଟାର ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପେରିଆଲ କଲେଜର ଦ୍ଵିତୀୟ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ କାହ୍ନାଚରଣ ପଣ୍ଡା ୧୦.୦୦ ଏସଜିପିଏ, ପଞ୍ଚମ ସ୍ଥାନରେ ଲାଡଲି ପାତ୍ର, ପ୍ରୀୟାଂଶୁ ଭାଗତ ୯.୩୦ ଏସଜିପିଏ ଏବଂ ଅଷ୍ଟମ ସ୍ଥାନରେ ଅକ୍ଷତ ଅଗ୍ରୱାଲ, ସିଦ୍ଧାନ୍ତ ଅଗ୍ରୱାଲ ଓ କୁନାଲ ଝାୱର ୯.୦୦ ଏସଜିପିଏ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତା ପାଇଁ କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

sixteen + 20 =