pakka

ମାତୃଛାୟାରେ ଗୀତା ଯଜ୍ଞ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ମାର୍ଗଶିର ଶୁକ୍ଳ ପକ୍ଷ ତ୍ରୟୋଦସୀ ତିଥିରେ ଶାନ୍ତି ତପୋବନ ଆଶ୍ରମ ମାତୃଛାୟାର ଶାନ୍ତିମୟ ପ୍ରାକୃତିକ ସୁରମ୍ୟ ପରିବେଶ ମଧ୍ୟରେ ଗୀତା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ପଣ୍ଡିତ ବାଲ୍ମୀକି ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଗୀତା ଜୟନ୍ତୀରେ ପଣ୍ଡିତ ସୁଶାନ୍ତ ଦାଶ, ବ୍ୟାସ ଭାବେ କୁମାର ସବ୍ୟସାଚୀ ତ୍ରିପାଠୀ ଗୀତାପାଠ କରିଥିଲେ । କର୍ତ୍ତା ଭାବେ ସୀତା ଓ ସୁବଳ ପଧାନ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ସକାଳୁ ପଣ୍ଡିତ ବାଲ୍ମୀକି ମିଶ୍ରଙ୍କ ଦ୍ଵାରା ଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା । ପରେ ଗୋପୁଜନ ହୋଇ ଗୀତା ଜୟନ୍ତୀ ତଥା ଗୀତା ଯଜ୍ଞ ଅନୁଷ୍ଠିତ ହୋଇ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ଅନୁଷ୍ଠାନର ମୁଖ୍ୟ ଦେବଦତ୍ତ ତ୍ରିପାଠୀ, ଲବଙ୍ଗ ସାହୁ, ସନ୍ଧ୍ୟା ମିଶ୍ର ଓ ମାତୃଛାୟା, ବାନପ୍ରସ୍ଥର ଅନ୍ତେବାସୀ ମାନେ ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣଙ୍କର ଆର୍ଶୀବାଦ ଲାଭ କରିଥିଲେ । ଏହି ଉତ୍ସବରେ ବରଗଡ଼ ତଥା ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଭଗବତ ଆଶିର୍ବାଦ ଲାଭ କରିଥିଲେ ।

jay balangir
Leave A Reply

Your email address will not be published.

nine + six =