oom

ଅନ୍ତ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ଛାତ୍ରୀ ସମୀକ୍ଷା ଦାସଙ୍କ ଗୌହାଟୀ ଯାତ୍ରା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରୀ ସମୀକ୍ଷା ଦାସ ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସାମ ପ୍ରଦେଶର ଗୌହାଟୀ ଯାତ୍ରା କରିଛନ୍ତି । ସେ ଯୁକ୍ତ ତିନି କଳା ଦ୍ୱିତୀୟବର୍ଷ (ଇଂରାଜୀ ସମ୍ମାନ)ଛାତ୍ରୀ । ଗତ ୮ ତାରିଖ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଅନ୍ତଃ ମହାବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଗଞ୍ଜାମ କଲେଜ ବ୍ୟାଡମିଣ୍ଟନ ଦଳ ଏନ୍‌ସିସି ଡ଼ଃ ଦୁର୍ଗା ପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳରେ ଅନୁଷ୍ଠିତ ହୋଇଯାଇଥିବା ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ପ୍ରଦର୍ଶନ କରି ଫେରିଛନ୍ତି ।ଏହି ଦଳରେ ଛାତ୍ରୀ ସମୀକ୍ଷା ଦାସଙ୍କ ଯୁକ୍ତ ତିନି ବିଜ୍ଞାନ ଦ୍ୱିତୀୟ ବର୍ଷ(ପଦାର୍ଥ) ଛାତ୍ରୀ ସିମରନ ଗୌଡ଼ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସମୀକ୍ଷା ୧୭ ତାରିଖରୁ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରୟାଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଗୌହାଟୀ ଯାତ୍ରା କରିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦଙ୍କ ସହ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶୁଭେଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.