om academy

ଅଲିଭ ରିଡ଼ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ମାନଚିତ୍ରରେ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରତିକୂଳ ପାଗ, ଋଷିକୂଲ୍ୟା ନଦୀର ବନ୍ୟାଜଳ ସମୁଦ୍ର ମଧ୍ୟରେ ପ୍ରବେଶ ଓ ସମୁଦ୍ର ଅଶାନ୍ତ ଯୋଗୁଁ ମିଳନ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ଘଟିଥିବା ଜଣାପଡିଛି । ମଇ ମାସ ପହିଲାରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ସମୁଦ୍ର ପଥରେ ଏହି ବିରଳ ସାମୁଦ୍ରିକ ମାଈ ଓ ଅଣ୍ଡିରା କଇଁଛମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଋଷିକୂଲ୍ୟା ମୁହାଁଣ ଗଭୀର ସମୁଦ୍ର ମଧ୍ୟରେ ସମାଗମ ହୋଇଥାନ୍ତି । ସେମାନଙ୍କ ମିଳନ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି । ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ପ୍ରକାଶ କରିଛନ୍ତି । ଧୀରେ ଧୀରେ ସେମାନେ କୂଳ ଆଡକୁ ଆସିବେ ଓ ଗର୍ଭ ଧାରଣର ୪୫ ଦିନ ପରେ ମାଈ କଇଁଛମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ବେଳାଭୂମିର ବାଲୁକା ଶଯ୍ୟା ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିବେ । ଅଲିଭ ରିଡ଼ଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପହିଲାରୁ ସମୁଦ୍ର ମଧ୍ୟରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇ କଟକଣା ଜାରି କରାଯାଇଛି ଟ୍ରଲର, ରିଙ୍ଗ ଜାଲ ବ୍ୟବହାର ଆଦି ଉପରେ ରୋକ ଲଗାଯାଇଛି ।ସମୁଦ୍ରର ୨୦ କିମି ଗଭୀର ମଧ୍ୟରେ ଓ ପ୍ରୟାଗୀ ଠାରୁ ଆର୍ଜ୍ୟପଲ୍ଲୀ ମଧ୍ୟରେ ଏହି କଟକଣା ରହିଛି । ଏହି ପେଟ୍ରୋଲିଂ ବ୍ୟବସ୍ଥା ବେଳେ ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ବିଭିନ୍ନ ସମୟରେ ପେଟ୍ରୋଲିଂ ସ୍କ୍ବାର୍ଡ ସହ ସମୁଦ୍ର ମଧ୍ୟକୁ ଯାଇ କଇଁଛ ସୁରକ୍ଷାକୁ ଅନୁଧ୍ୟାନ ସ୍ୱତନ୍ତ୍ର ଦୃଷ୍ଟି ରଖିଛନ୍ତି । ସେହିପରି ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ମଧ୍ୟ ବେଳାଭୂମି ସ୍ଵଛତା ଓ ପେଟ୍ରୋଲିଂ ବ୍ୟବସ୍ଥା ଉପରେ କଡା ନଜର ରଖିଛନ୍ତି । ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ତତ୍ୱାବଧାନରେ ବନ ବିଭାଗ ଟିମ୍‌ ସଜାଗ ରହିଛନ୍ତି । ପ୍ରୟାଗୀ, ସିଦ୍ଧାର୍ଥ ନଗର, ବଟେଶ୍ୱର, ପୋଡମପେଟା, ଗୋଖରକୁଦା ଓ ପୁରୁଣାବନ୍ଧ ଗ୍ରାମ ସମୁଦ୍ର ବେଳାଭୂମିରେ ୬ଗୋଟି କ୍ୟାମ୍ପ କରାଯାଇଥିବା ବେଳେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ବେଳାଭୂମି ସଫେଇ ପ୍ରତି ଗୁରୁତ୍ୱ ଦିଆଯାଇଛି । ବି.କ୍ରୀଷ୍ଣା, ଜି. କ୍ରୀଷ୍ଣା, ପ୍ରସାଦ କୁମାର ବେହେରା, ଦୀନବନ୍ଧୁ ବେହେରା, କୁନା ବେହେରା, ରାଜେଶ୍ୱର ବେହେରା, ଦିନେଶ ପ୍ରମୁଖଙ୍କ ସହ ଅନ୍ୟ ବନ କର୍ମଚାରୀମାନେ ପେଟ୍ରୋଲିଂ ସ୍କ୍ୱାର୍ଡ ସମୁଦ୍ର ମଧ୍ୟରେ ରମ୍ଭା ଫରେଷ୍ଟରଙ୍କ ତତ୍ୱାବଧାନରେ ପେଟ୍ରୋଲିଂ କରି ଆସୁଥିବା ଜଣାପଡ଼ିଛି । ଗତ ବର୍ଷ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ଗଣ ଅଣ୍ଡାଦାନ ହେବ ବୋଲି ବନ ବିଭାଗ, ପର୍ଯ୍ୟଟକ, ପରିବେଶବିତ ଆଶା ରଖିଛନ୍ତି ।

Leave A Reply

Your email address will not be published.