pakka

ବସନ୍ତ ଉତ୍ସବ ଅନୁଷ୍ଠିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର (ହିନ୍ଦୀ ବିଭାଗ) ପରିସର ମଧ୍ୟରେ ବସନ୍ତ ଉତ୍ସବ- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଆ ସାହିତ୍ୟରେ ବସନ୍ତ ବର୍ଣ୍ଣନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଏକ ସ୍ୱରଚିତ କବିତା ପାଠୋତ୍ସବ ମଧ୍ୟ ଆୟୋଜିତ ହୋଇଥିଲା । ସାଙ୍ଗଠନିକ ବୈଠକ କ୍ରମରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରାଯାଇ ଥିଲା । ସଭାପତି ଦିବ୍ୟ କିଶୋର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡକ୍ଟର ଶେଷାନ ବିଶି ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଡକ୍ଟର ରବିନାରାୟଣ ସାହୁ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ସାହୁ, ଦୟାନିଧି ମହାପାତ୍ର, ମନୋରଞ୍ଜନ ମେହେର, ପ୍ରୀତମ ସିଂ, ପ୍ରଭାତ କାନ୍ତ ଦାଶ, ତରଣୀ ସେନ ଗୁରୁ, ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଦସ୍ୟ ତୁଳସୀ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × one =

error: Content is protected !!