pakka

ଆସନ୍ତା କାଲି ଡେଲାଙ୍ଗ ଓ ପିପିଲିରେ ମତଦାନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତା ୨୨ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୨୯୧ ୱାର୍ଡ ସଭ୍ୟ ଓ ୩ ଟି ଜିଲ୍ଲା ପରିଷଦ ଜୋନ ଏବଂ ପିପିଲି ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୩୫୪ଟି ୱାର୍ଡ ସଭ୍ୟ, ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ଆସନ୍ତା କାଲି ମତଦାନ ହେବ । ଡେଲାଙ୍ଗ ବ୍ଲକରେ ୧୦୨ ଜଣ ସରପଞ୍ଚ, ୭୭ ଜଣ ସମିତି ସଭ୍ୟ, ୧୩ଜଣ ଜିଲ୍ଲାପରିଷଦ ସଭ୍ୟ ଓ ୫୯୧ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିପରି ପିପିଲି ବ୍ଲକରେ ୭୩ଜଣ ସରପଞ୍ଚ, ୬୬ଜଣ ସମିତି ସଭ୍ୟ, ୬୭୨ଜଣ ୱାର୍ଡ ମେମ୍ବର ଏବଂ ୧୫ ଜଣ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ଚତୁର୍ଥ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ୧୦୨୫୫୨ ଜଣ ଭୋଟର, ପିପିଲି ବ୍ଲକର ୧୧୬୧୨୯ଜଣ ଭୋଟରଙ୍କୁ ମିଶାଇ ମୋଟ ୨୨୮୬୮୧ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

jay balangir
Leave A Reply

Your email address will not be published.

2 × two =

error: Content is protected !!