csstore

ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଳନ୍ଧର ମହାକୁଡ, ସଭାପତି ସରପଞ୍ଚ ସଂଘ ତୁରେକେଲା ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟବକ୍ତା, ଫକୀର ଚରଣ ବିଶି, ଏବିଓ ସ୍ୱତନ୍ତ୍ର ଅତିଥି, ସମ୍ମାନିତ ଅତିଥି ଭାବରେ ସିଆରସିସି ଧନସିଂ ମାଝୀ, ଜ୍ୟୋତିପ୍ରକାଶ ଗଡ଼ତ୍ୟା, ବୃନ୍ଦାବନ କୁମ୍ଭାର, ଥମିର ଛତ୍ରିଆ, ତାରାପଦ ପ୍ରଧାନ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ବୃନ୍ଦାବନ କୁମ୍ଭାରଙ୍କ ବିଦ୍ୟାଶ୍ରୀ ପାଠାଗାର ତରଫରୁ ଛାତ୍ରଛାତ୍ରୀମାନଙ୍କୁ ପତ୍ର ପତ୍ରିକା ବଣ୍ଟନ କରାଯାଇଥିଲା । ପଠନ ପରେ ପ୍ରଶ୍ନ ପଚାରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ପରିଚାଳନା କରିଥିଲେ । ପୂର୍ବରୁ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ତାପରେ ଭ୍ରାମ୍ୟମାଣ ପାଠାଗର ପାଇଁ ବୃନ୍ଦାବନ କୁମ୍ଭାର ଓ ସଚେତନତା ପାଇଁ ଶ୍ୟାମସୁନ୍ଦର ପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଶିକ୍ଷକ ମନୋଜ କୁମାର ତାଣ୍ଡୀ, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ବିଜୁଦାସ ମହାନନ୍ଦ, ନରେଶ ତାଣ୍ଡୀ, ସୁରଜ ଛତ୍ରିଆ, ଯଶୋବନ୍ତ କୁମ୍ଭାରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.