ବିଇଡି କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ବିଇଡି କଲେଜ) ଛାତ୍ର ସଂସଦର ବାର୍ଷିକ ଉତ୍ସବ ଗତକାଲି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷା ଡକ୍ତର ଗୀତାଞ୍ଜଳି ପାଢୀଙ୍କ ପୌରହିତ୍ୟରେ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ରାଜେନ୍ଦ୍ର ମହାବିଦ୍ୟାଳୟର ଉପକୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଓ ଅଚ୍ୟୁତାନନ୍ଦ ବହିଦାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନ ପ୍ରାଚୀର ପତ୍ରିକା ‘ଇନ୍ଦ୍ରଧନୁ’ ମୁଖ୍ୟ ଅତିଥି ଦ୍ୱାରା ଉନ୍ମୋଚନ କରାଯାଇଥିଲା । ମା’ ସମଲେଶ୍ୱରୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜଳନ କରାଯାଇଥିଲା । ଅଧ୍ୟାପକ ତଥା ଛାତ୍ର ସଂସଦର ଉପଦେଷ୍ଟା ଡ.ପ୍ରଦୀପ କୁମାର ଡାଙ୍ଗ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟକ୍ଷା ଡ.ଗୀତାଞ୍ଜଳି ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଛାତ୍ର ସଂସଦର ସାଧାରଣ ସମ୍ପାଦକ ବିଶ୍ୱଜିତ ଜେନା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ର ସଂସଦ ସଭାପତି ତେଜରାଜ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ଛାତ୍ର ସଂସଦର ଉପସଭାପତି ଶୋଭାବତି ଶିକ୍‌ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତା’ପରେ ଛାତ୍ରଛାତ୍ରୀମାନେ ରଙ୍ଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।

Leave A Reply

Your email address will not be published.

fifteen + 18 =