
ସାଲେଭଟା, (କେପିଏନ୍ଏସ୍) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସେମେଲମୁଣ୍ଡା ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ ନନ୍ଦ ମୁଖ୍ୟ ଅତିଥି, ପୂର୍ବତନ ପ୍ରଧାନ ଶିକ୍ଷକ ଅମର ସାହୁ ମୁଖ୍ୟବକ୍ତା, ପରିଚାଳନା ସମିତି ସଭାପତି ବିପିନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସହକାରୀ ଶିକ୍ଷକ ଗୋବିନ୍ଦ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସିନିୟର, ଜୁନିୟର ଓ ସବଜୁନିୟର ବିଭାଗରେ ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ, ଅଖା ରେସ, ବାଲେନସ ରେସ, ଧୀର ସାଇକେଲ ଚାଳନା, ଲମ୍ବଡିଆଁ, ବେଙ୍ଗଡିଆଁ ଆଦି ପ୍ରତିଯୋଗିତା ଅନଷ୍ଠିତ ହୋଇ, କୃତି ପ୍ରତିଯୋଗୀ ମାନଙ୍କୁ ମେଡାଲ, ପ୍ରମାଣପତ୍ର ଓ ଫୁଲତୋଡା ପ୍ରଦାନ କରାଯାଇ ପୁରସ୍ସ୍କସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ଦିଲ୍ଲୀପ ଥନାପତି ଓ ମଣ୍ଟେଶ କୁମାର ସାହୁ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ପରିଶେଷରେ ଗୋବିନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।