pakka

ଆଜି ମଧ୍ୟ ଜମି ରହିଛି ବର୍ଷା ଜଳ, ପ୍ରଶାସନ ନୀରବଦ୍ରଷ୍ଟା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପର୍ଯ୍ୟନ୍ତ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଛି । ମ୍ୟୁନିସିପାଲିଟି ଓ ପ୍ରଶାସନର ଅବହେଳା ଯୋଗୁଁ ସହରର ବିଭିନ୍ନ ସ୍ଥାନରୁ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ଅନୁସାରେ, ଶୈଳଶ୍ରୀ ପ୍ୟାଲେସର ମୁଖ୍ୟ ଗେଟ ନିକଟରେ ବର୍ଷା ଜଳ ଜମା ହୋଇ ପୋଖରୀ ରୂପେ ପରିଣତ ହୋଇଯାଇଛି । ପ୍ୟାଲେସ ଲାଇନ ସ୍ଥିତ ଦୁର୍ଗା ମଣ୍ଡପରୁ ବିଦ୍ୟୁତ ବିଭାଗ ମଧ୍ୟ ଦେଇ ପ୍ୟାଲେସ ପର୍ୟ୍ୟନ୍ତ ଥିବା ନାଳକୁ ପୋତି ଦିଆଯାଇଛି । ଏପରି କି ପୋଲରୁ ମଧ୍ୟ ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ଘରମାନଙ୍କୁ ପାଣି ପ୍ରବେଶ କରିବା ଫଳରେ ପଡାବାସୀ ପାଣି ଘେରରେ ହନ୍ତସନ୍ତ ହେଉଛନ୍ତି । ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ନରେଶ ଦାଶଙ୍କ ଘର ଭିତରେ ତଥା ତାଙ୍କର ନିକଟ ପଡୋଶୀଙ୍କ ଘର ଭିତରେ ଆଣ୍ଠୁଏ ପାଣି ଥିବାରୁ ଘରକୁ ମଧ୍ୟ ଯାତାୟତର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ପୌର ସଂସ୍ଥା କିଛି ଶୁଣୁନଥିବାର ଅଭିଯୋଗ ହେଉଛି । ଜେସିବି ଦ୍ୱାରା ସାମାନ୍ୟ ନାଳକୁ କଟା ଯାଇ ପାଣି ନିଷ୍କାସନ କରାଯାଇପାରନ୍ତା, କିନ୍ତୁ ପ୍ରଶାସନ ଅସମର୍ଥ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏ ସମ୍ବନ୍ଧରେ ନାଗରିକ କମିଟିରୁ ଏକ ଦାବୀପତ୍ର ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.

eighteen − 12 =