pakka

କାନାରା ବ୍ୟାଙ୍କ ଅଧିକାରୀ ଓ ମିଲ ମାଲିକଙ୍କ ମିଳିତ ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କାନାରା ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ମିଲ ମାଲିକଙ୍କ ଏକ ବୈଠକ ସମ୍ବଲପୁର ରୋଡ ସ୍ଥିତ ଜଗନ୍ନାଥ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ଥିଲେ ମହାପ୍ରବନ୍ଧକ ତଥା ଅଂଚଳ ପ୍ରମୁଖ ବାବୁଲାଲ ମୀନା ଓ ସହାୟକ ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ଅଜିତ କୁମାର ଜଗା । ଆଜିର ବୈଠକରେ ମିଲ ମାଲିକମାନଙ୍କୁ କିପରି ସୁବିଧାରେ ବ୍ୟାଙ୍କର ନିୟମାନୁଯାୟୀ ଋଣ ଦିଆଯାଇ ପାରିବ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ତଥା ସମସ୍ତଙ୍କୁ ଅବଗତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ବ୍ୟାଙ୍କର ଋଣ ପରିଶୋଧ କରି ନଥିବା ବ୍ୟକ୍ତିମାନଙ୍କୁ କିପରି ଭାବେ ଏକ କାଳୀନ ଋଣ ପରିଶୋଧ କରିବେ ସେ ବିଷୟରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ମଣ୍ଡଳ ପ୍ରବନ୍ଧକ ଲୋକପତି ସ୍ୱାଇଁ, ବରିଷ୍ଠ ପ୍ରବନ୍ଧକ ଦୀପକ କୁମାର ଜୁନେଜା, ବଲାଙ୍ଗିର ନଂ.୧ର ଶାଖା ପ୍ରବନ୍ଧକ ମିଲନ କୁମାର ପଣ୍ଡା, ବଲାଙ୍ଗିର ନ.୨ର ଶାଖା ପ୍ରବନ୍ଧକ ବିମଳ କୁମାର ମିତ୍ତଲ ବୈଠକରେ ସହଯୋଗ କରିଥିଲେ । ବ୍ୟାଙ୍କ ଅଧିକାରୀ ଚନ୍ଦ୍ର ମୋହନ କୁମ୍ଭାର, ମହୀମା ପ୍ରସାଦ ସାହୁ, ସ୍ମୃତି ରଂଜନ ଦାସ, ପ୍ରୀୟତୋଷ ପ୍ରଧାନ, ବିଜୟ କୁମାର ନାଏକ, କମଳ ବାରିକ, ମିଲ ମାଲିକଙ୍କ ତରଫରୁ ସଭାପତି ସମରେନ୍ଦ୍ର କୁମାର ରଥ ଓ ଅନ୍ୟାନ୍ୟ ମିଲ ମାଲିକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 + 5 =