pakka

ପାଟଣା ଇଷ୍ଟଦେବୀ ବର୍ଷା ପାଣିରେ ଉବୁଟୁବୁ : ଦେବାଳୟ ଅସୁରକ୍ଷିତ, ସୁରକ୍ଷା ଦାବୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହ୍ୟ ସମ୍ପର୍ଣ୍ଣ ବଲାଙ୍ଗିର ସହର ଏଠି କେଉଁ ଆଦିମ କାଳରୁ ଦେବାଦେବୀ ପୂଜା ପାଇ ଆସୁଛନ୍ତି । ଏଠିକାର ଲୋକେ ଦେବାଦେବୀଙ୍କ ଆସ୍ଥାକୁ ଘୋର ବିଶ୍ୱାସ ରଖନ୍ତି । କିନ୍ତୁ ବଲାଙ୍ଗିର ସ୍ଥିତ ଦେବାଳୟର ଅବସ୍ଥା ଅସୁରକ୍ଷିତ ଥିବାରୁ ଭକ୍ତମାନଙ୍କ ଭିତରେ ଉଦ୍‌ବେଗ ପ୍ରକାଶ ପାଇଛି । ଦୀର୍ଘ ବର୍ଷରୁ ଜନସାଧାରଣ ମନ୍ଦିର ସୁରକ୍ଷା ପାଇଁ ଦାବୀ କରି ଆସୁଥିବା ବେଳେ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଫଳରେ ବର୍ଷା ଦିନେ ମନ୍ଦିର ଭିତରକୁ ବର୍ଷା ପାଣି ପସି ଯାଉଛି ଓ ଭକ୍ତମାନେ ମା’ଙ୍କ ଦର୍ଶରୁ ବଂଚିତ ହେଉଛନ୍ତି । ପାଟଣା ଶାସନର ଇଷ୍ଟଦେବୀ ୧୮୭୨ରୁ ୧୯୦୨ ମସିହାରେ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଦଳ ଗଞ୍ଜନ ସିଂହଦେଓଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଗୋପାଳଜୀ ମନ୍ଦିର ୧୮୯୬ ଓ ସମଲେଇ ମନ୍ଦିର ୧୯୧୫ ମସିହା ପୃଥିରାଜ ସିଂଦେଓଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏବେ ସେହି ମନ୍ଦିରଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ମନ୍ଦିର ଛାତ ଫାଟି ପାଣି ଝରୁଛି ଓ ରାସ୍ତା ପାଣି ପସି ଯାଉଥିବାରୁ ଦେବାଦେବୀ ଅସୁରକ୍ଷିତ । ଏହାକୁ ନେଇ ବଲାଙ୍ଗିରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରକ୍ଷଣାବେକ୍ଷଣ ନ ହେଲେ ସମସ୍ତ ମନ୍ଦିର ଅବସ୍ଥା ବିପଦଜନକ ହୋଇପଡିବ । ଏହି ପରିସ୍ଥିତିରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମେତ ସୌଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆନଯାଇ ବିଭିନ୍ନ ରାଜନୈତିକ ଦଳ ଓ ନେତା କେବଳ ଦାବୀ ଓ ପ୍ରତିଶୃତିରେ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଦାବୀପ୍ରଦାନ କରାଯାଇଛି । ବଲାଙ୍ଗିର ପାଟଣା ଇଷ୍ଟଦେବୀ ମନ୍ଦିରରେ ବର୍ଷାରେ ନର୍ଦ୍ଦମା ପାଣି ଓ ଗୋମୁଚ ଘରେ ଫାଟ ସୃଷ୍ଟି ହୋଇଥିବାରୁ ମରାମତି ଦାବୀ ଓ ରୋଷଇ ଘର ଅତିଶୀଘ୍ର ନିର୍ମାଣ ଦାବୀ, ବଲାଙ୍ଗିର ମା’ ସମଲେଶ୍ୱରୀ ମନ୍ଦିର ଗତ ୨୦୨୧ରେ ଭୁଷୁଡି ପଡିଥିବାରୁ ୧୦ ଲକ୍ଷ ଟଙ୍କାର ଚାଦର ନିର୍ମାଣ ହୋଇଥିବାରୁ ବର୍ଷା ପାଣିରେ ମା’ଙ୍କ ମନ୍ଦିରରେ ଗମୁଜରେ ଫାଟ ସୃଷ୍ଟି ହୋଇଛି ଏବଂ ମା’ ପାଶ୍ୱର୍ ଦେବା ଦେବୀ ଭାଙ୍ଗି ଯାଇଥିବାରୁ ନୂତନ ମୂର୍ତ୍ତି ସ୍ଥାପନ କରିବାକୁ ଦାବୀ । ଦେବୋତ୍ତର ବିଭାଗର ଗୋପାଳଜୀ ମନ୍ଦିର ଯାହା ଏବେ ବର୍ଷା ପାଣିରେ ଗୁମୁଜ ଓ ଗର୍ଭଗୃହରେ ଫାଟ ସୃଷ୍ଟି ହେଲାଣି, ପୂଜକଙ୍କ ଘର ବିପଦ ଅବସ୍ଥାରେ ଏବଂ ତିନି ମନ୍ଦିରରେ ନା ପାର୍କିଂ ବ୍ୟବସ୍ଥା, ନା ନାଳ ବ୍ୟବସ୍ଥା ଥିବାରୁ ମା’ଙ୍କ ମନ୍ଦିର ବର୍ଷା ବେଳେ ଉବୁଟୁବୁ ଅବସ୍ଥାରେ ଅଛି ବୋଲି ଉଲ୍ଲେଖ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସମସ୍ତ ମନ୍ଦିରଗୁଡିକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ସହ ମନ୍ଦିର ସୌଦର୍ଯ୍ୟକରଣ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁର, ସୂଚନା ଅଧିକାର କର୍ମୀ ଶମ୍ଭୁ ପ୍ରସାଦ ଶତପଥି, ସ୍ୱାଭିମାନ ପରିବାର ସଭାପତି ରମ୍ୟ ରଂଜନ ସାହୁ, ନାଗରିକ କମିଟିର ମନ ପୁରୋହିତ ଓ ରିଣ୍ଟୁ ସାହୁ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twelve + fourteen =

error: Content is protected !!