csstore

ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦହି ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ନିମନ୍ତେ ବଲାଙ୍ଗିର ସହରରେ ଶୀତଳଷଷ୍ଠୀ ଆୟୋଜକ କମିଟିମାନଙ୍କ ଦ୍ୱାରା ବିଭିନ୍ନ ଶୋଭାଯାତ୍ରା ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଓ ଶୋଭାଯାତ୍ରା ଦେଖିବା ପାଇଁ ବଲାଙ୍ଗିର ସହରରେ ପ୍ରବଳ ଜନ ସମାଗମ ଦେଖାଯାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଆନୁକୂଲ୍ୟରେ କଚେରୀ ଛକ ଆଦର୍ଶ ଥାନା ସମ୍ମୁଖରେ ଦହି ପାଣି ବଣ୍ଟନ କରାଯାଇଥିଲା । ଜନଗହଳିପୂର୍ଣ୍ଣ ରାସ୍ତାରେ ଯାଉଥିବା ଲୋକେ ଗରମରୁ ଟିକିଏ ତ୍ରାହି ପାଇବା ନିମନ୍ତେ ଏଠାରେ ଅଟକି ଥଣ୍ଡା ଦହି ପାନୀୟର ମଜା ନେଉଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ୫ ହଜାରରୁ ଅଧିକ ଲୋକଙ୍କୁ ଦହି ପାଣି ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ରବୀନ୍ଦ୍ର ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ସୁମିତ ମିଶ୍ର, ଜିତୁ ସାହୁ, ରାଜେନ୍ଦ୍ର ସେଠ, ପିଙ୍କୁ ପୁଟେଲ, ରମେଶ ଭୋଇ, ସନ୍ଦୀପ ବାଗ, ଉତ୍ତମ ନନ୍ଦ, ଧନଞ୍ଜୟ ପାଣିଗ୍ରାହୀ, ଟୁଲୁ ସାହୁ, ଟାରଜନ ବାରିକ, ଏମ ଡି ବବଲୁ, ଅନିତା ମିଶ୍ର, ଶ୍ୱେତା ସାହୁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମିଶି ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.