
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୬ ଗଣେଶ ବସ୍ତିରେ “ଦ ହ୍ୟୁମାନିଟୀ ଫାଉଣ୍ଡେସନ” ତରଫରୁ କିଛି ନୂତନ ଏବଂ ପୁରୁଣା ବସ୍ତ୍ର ବଣ୍ଟନ କରାଯାଇଥିଲା । ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ବସ୍ତିରେ ଆବଶ୍ୟକତା ଥିବା ବସ୍ତି ବାସିନ୍ଦାଙ୍କ ମଧ୍ୟରେ କପଡା ପ୍ରଦାନ କରି ଫାଉଣ୍ଡେସନର ସଦସ୍ୟମାନେ ନିଜକୁ ଗର୍ବିତ ଅନୁଭବ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହ ସମ୍ପାଦିକା ଲିନା ତ୍ରିପାଠୀ, ପ୍ରିୟଙ୍କା ପାଣି, ଅନୁପମ ଆଚାର୍ଯ୍ୟ, କବିତା ଦଳେଇ, ରଶ୍ମିତା ମଲ୍ଲିକ, ଶାନ୍ତିଲତା ବେହେରା, ବେବୀ ବଳ, ମହେଶ ପାଣିଗ୍ରାହୀ, କନକଲତା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ନୂତନ ସଦସ୍ୟା ଭାବେ ଲିପ୍ସା ମହାରଣା ଆଜି ଗ୍ରୁପରେ ଅଫିସିଆଲ୍ ଭାବେ ଯୋଗଦେଇ ସାମାଜିକ କାର୍ଯ୍ୟରେ ନିଜର ସହଯୋଗ ଆରମ୍ଭ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ ବିଜୟାନନ୍ଦ ସୁନ୍ଦରାୟ ସୂଚାରୁ ଭାବେ ପରିଚାଳନା କରିଥିଲେ ।