csstore

ଅନ୍ୱେଷାର ୧୨୧ତମ ମାଗଣା ହାଟ ଓ କମ୍ବଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସେକ୍ଟର ୨୧ ସ୍ଥିତ କୁଷ୍ଠ କଲୋନୀ ରାଧାକୃଷ୍ଣ ବସ୍ତି ଠାରେ ୧୨୧ତମ ମାଗଣା ହାଟ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ମୁଖ୍ୟ ଅତିଥି, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ଶିକ୍ଷାବିତ ଗ୍ରେସୀ ଡେଭିଡ, କବୟିତ୍ରୀ ସସ୍ମିତା ପ୍ରଧାନ, ସମାଜସେବୀ ମେରୀ ଆନ୍ନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମତ ରଖିଥିଲେ । ଗାନ୍ଧୀଜୀଙ୍କ ତିରୋଧାନ ଦିବସ ଓ ରାଧାକୃଷ୍ଣ ବସ୍ତିର ଜଣେ ମୁରବି ପୂର୍ଣ୍ଣ ପୋଢଙ୍କ ବିୟୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜନ କୁମାର ସାହୁ ଓ ବସ୍ତିର ସନ୍ତୋଷ ମାଝୀ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଞ୍ଜାଲୁ ବାଗ୍, ଧାଇଁ ବାଗ୍, ସୂର୍ଯ୍ୟ ମେହେର, ଉଲ୍ଲାସ ସାହୁ, ରାତ୍ର ସାହୁ, ବେଦ ମହାକୁଡ ପ୍ରମୁଖଙ୍କ ସମେତ ଶତାଧିକ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.