ନିଜ ପେନସନ ଟଙ୍କାରୁ ୫୧ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ମେହେର

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଅପରାହ୍ନ ୫ଟା ସମୟରେ ଦେଓଗାଁ ବ୍ଲକ୍ ଜରାସିଂହାର ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ମେହେରଙ୍କ ଦ୍ବାରା ଜରାସିଂହା ଗାଁର ୭ଟି ପଡ଼ା ଯଥା ଶିବଶଙ୍କର ପଡ଼ା, ବାବୁପଡ଼ା, ମେହେରପଡ଼ା, ମାଳିପଡ଼ା, ଧୁବାପଡ଼, ବାହାରପଡ଼ା ଓ ହରିଜନ ପହାର ୫୧ଜଣ ବୃଦ୍ଧବୃଦ୍ଧାଙ୍କୁ ଗାଁର ବୁଢିଆଈ ମନ୍ଦିର ସମ୍ମୁଖରେ କମ୍ବଳ ବଣ୍ଟନ କରିଥିବା ଜଣାପଡ଼ିଛି । ଏହି ଅବସରରେ ଶ୍ରୀ ମେହେର କହିଛନ୍ତି ଯେ, କୌଣସି ଉଦେଶ୍ୟ ମୂଳକ ଭାବେ ନୁହେଁ, ମୋର ନିଜ ପେନସନରୁ ଏହି ସାହାଯ୍ୟ କରି ବେଶ ଖୁସି ଲାଗିଛି । ଗତ ୨୦୧୮ ମସିହାରେ ୪ଜଣଙ୍କୁ ଓ ୨୦୧୯ରେ ୫୫ଜଣଙ୍କୁ ଏହିପରି କମ୍ବଳ ପ୍ରଦାନ କରିଆସୁଛନ୍ତି । ଏହି କାର୍ୟ୍ୟକ୍ରମରେ ଗାଁର ଦୟାନିଧି ମେହେର, ରାଜକିଶୋର ସେଠ, ଅକ୍ଷୟ ମେହେର, ବୃନ୍ଦାବନ ଭୋଇ ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!