ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ଏଲ୍ଆଇସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ‘ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର’ର ବଲାଙ୍ଗିର ଶାଖା ଉଦ୍ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବ୍ୟାଙ୍କ୍କୁ ଉଦ୍ଘାଟନ କରିଛନ୍ତି । ଅନ୍ୟତମ ଅତିଥି ଭାବରେ ଡେପୁଟି ଜୋନାଲ୍ ମ୍ୟାନେଜର ଶଶାଙ୍କ ସାହୁ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷତା କରିଛନ୍ତି ବଲାଙ୍ଗିର ଶାଖାର ଜିଏମ୍ ଲୋକନାଥ ସାହୁ । ଏହି ବ୍ୟାଙ୍କ୍ ସର୍ବସାଧାରଣଙ୍କୁ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରାଯାଇଛି ।
Next Post