csstore

ଟାଉନ କ୍ଲବ ଆନୁକୂଲ୍ୟରେ ବନିକରଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତି ବର୍ଷ ଜୁଲାଇ ମାସ ଦ୍ୱିତୀୟ ସପ୍ତାହକୁ ବନିକରଣ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା ବେଳେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ଅଞ୍ଚଳ ମହାବିଦ୍ୟାଳୟଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ କ୍ଲବର ସଦସ୍ୟମାନେ ମିଶି ବୃକ୍ଷ ରୋପଣ କରିଥିଲେ । ବନିକରଣ କାର୍ଯ୍ୟକ୍ରମରେ ଉଭୟ କ୍ଲବର ସଦସ୍ୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ଶତାଧିକ ଗଛ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପ୍ରାଧ୍ୟାପକ ଲଲାଟେନ୍ଦୁ ନାୟକ ଓ ଅନ୍ୟ ଅଧ୍ୟାପକମାନେ ଯୋଗଦେଇଥିବା ବେଳେ ଟାଉନ କ୍ଲବ ତରଫରୁ ପ୍ରୀତେଶ କୁମାର ବହିଦାର, ଅଶୋକ କୁମାର ମିଶ୍ର, ସୁନିଲ ଅଗ୍ରୱାଲ, ହରି ସିଂ, ଆଦିତ୍ୟ ରଥ, ଅମିତ ଗର୍ଗ, କୁନାଲ ପାଣିଗ୍ରାହୀ, ଶେଖ ୱାରିସ ରଜା, ଅଖିଲ ପଟ୍ଟନାୟକ, ମଣ୍ଟୁ ପାଣ୍ଡେ, ଦିନେଶ ବାରିକ, ଦୀପକ ବାରିକ, ଅର୍ଜୁନ ସହା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.