pakka

ବଟେଶ୍ଵର ପୀଠରେ ଗଞ୍ଜାମ ପ୍ରେସକ୍ଳବ ଓ ଛତ୍ରପୁର ପ୍ରେସ କ୍ଳବର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମୋର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିସରରେ ଗଞ୍ଜାମ ପ୍ରେସକ୍ଳବ ଓ ଛତ୍ରପୁର ପ୍ରେସକ୍ଳବର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସ୍ଥାନୀୟ ସରପଞ୍ଚ ଦିଲିପ ଛୋଟରାୟ, ଯୁବନେତା ସୁଧିର କୁମାର ପାଢୀ, ସମାଜସେବୀ ଶିବ ପ୍ରସାଦ ସ୍ବାଇଁ, ଶିକ୍ଷାବିତ୍‌ ବିରେନ ପ୍ରଧାନ, ରଘୁନାଥ ସାହୁ ପ୍ରମୁଖ ଯୋଗଦେଇ ସମାଜ କଲ୍ୟାଣ ପାଇଁ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ । ସାମ୍ପ୍ରତିକ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କରାଯିବା ସହ ଏକତା ହିଁ ସାମ୍ବାଦିକମାନଙ୍କ ସୁରକ୍ଷା କବଚ ବୋଲି ମତପ୍ରକାଶ ପାଇଥିଲା । କିଛି ବ୍ୟକ୍ତି ସାମ୍ବାଦିକମାନଙ୍କ ଏକତାକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସେ ନେଇ ସେମାନଙ୍କଠାରୁ ସତର୍କତା ଅବଲମ୍ବନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଛତ୍ରପୁର ପ୍ରେସ କ୍ଳବ ଉପଦେଷ୍ଟା ବସନ୍ତ ମହାରଣା, ସଭାପତି ପ୍ରଶାନ୍ତ ମହାରଣା, ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ଉପସଭାପତି ଦିଲିପ ସାମଲ, କୋଷାଧ୍ୟକ୍ଷ ସରୋଜ ସାମଲ, ସହସମ୍ପାଦକ କେ.ସତ୍ୟନାରାୟଣ ରେଡ୍ଡୀ, ଗଞ୍ଜାମ ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସଭାପତି ଶବର କୁମାର ତାରାଇ, ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ସହସମ୍ପାଦକ ନିରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ସନ୍ତୋଷ ସାହୁ, ସୁଜୟ ସୁପ୍ରକାଶ ଧଳ, ଗୌରଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ସାହୁ, କେ.ରମେଶ ରେଡ୍ଡୀ, ରାକେଶ ରଞ୍ଜନ ଦାଶ, ବିଜୟଲକ୍ଷ୍ମୀ ମହାକୁଡ଼, ମନୋଜ ପ୍ରଧାନ, ନୀଳାଞ୍ଚଳ ସେନାପତି, ବଟକୃଷ୍ଣ ରାଉଳ, ବନବାସୀ ସେଠି, ପ୍ରଦୀପ ସାହୁ, କେ.ରଜନୀକାନ୍ତ ରେଡ୍ଡୀ ପ୍ରମୁଖ ଛତ୍ରପୁର ଓ ଗଞ୍ଜାମ ପ୍ରେସ କ୍ଳବର କର୍ମକର୍ତ୍ତା, ସଦସ୍ୟ, ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

eleven + seventeen =