pakka

ଗାନ୍ଧୀ ପାଠାଗାର ସଭ୍ୟ ସ୍ୱର୍ଗତ ଦେବେନ୍ଦ୍ର ନାଗଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ଦିନ ହେଲା ଦେବେନ୍ଦ୍ର ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ଦୁର୍ବଳ ଥିଲା । ଗତ କାଲି ସକାଳୁ ଶ୍ରୀ ନାଗ ଇହ ଲିଳା ସମ୍ବରଣ କରିଛନ୍ତି । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେହି କ୍ରମରେ ଟିକ୍ରାପଡା ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଂଯୋଜନାରେ ଏକ ଶୋକସଭା ଅନୁଷ୍ଠିତ କରାଯ।ଇ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କଠାରେ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର, ଅଶୋକ ଚାନ୍ଦ, ଭଗବାନ ବଗର୍ତ୍ତି, ରବି ନାରାୟଣ ବହିଦାର, ସୁମନ ଶତପଥି, ଜିତୁ ନାଗ ଓ ପାଠାଗାରର ସମ୍ପାଦକ ପ୍ରଦୀପ ସାହୁ ପ୍ରମୁଖ ସ୍ୱର୍ଗତ ଦେବେନ୍ଦ୍ର ନାଗଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ବହିଦାର, ରାଜେନ୍ଦ୍ର ମିଶ୍ର, ଚିତ୍ତ ରଂଜନ ସାହୁ, ଅଜିତ ପଣ୍ଡା, ବାଦଲ ସାହୁ, ସୁରୁ ସାହୁ, ଜୟରାଜ ବହିଦାର ପ୍ରମୁଖ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.

three + 2 =