csstore

ମିରର୍‌ ଫାଉଣ୍ଡେସନ୍‌ର ସାମାଜିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦି ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ତରଫରୁ ସାମାଜିକ କାର୍ଯ୍ୟକ୍ରମ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ୱଜିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବେଦବ୍ୟାସ ସ୍ଥିତ ହୋମ ଅଫ୍ ଲଭ୍ ଆଶ୍ରମଠାରେ ଅନ୍ତେବାସୀଙ୍କୁ ଖାଦ୍ୟପେୟ ସହ ସେମାନଙ୍କ ସହିତ କିଛି ସମୟ ବିତାଇ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟରେ ଦୀପକ ପରିଡା, କାର୍ତ୍ତିକ ରାଉତ, ସୁରେଶ ସାବତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଇସ୍ପାତ ନେହେରୁ ପାର୍କଠାରେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବନ୍ଧୁମିଳନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣିମା ମହାନ୍ତି, ଆଫ୍ରୋଜ ଅହମ୍ମଦ, ଜୋୟା ତ୍ରିପାଠୀ, ବଣ୍ଟି, ପ୍ରତିମା ସାହୁ, ମନୋହର ପ୍ରଧାନ, ରତି କୁମ୍ଭାର, ହରେକୃଷ୍ଣ ନାୟକ, ରାଜେନ୍ଦ୍ର ପଣ୍ଡା, ରଶ୍ମିତା ପଣ୍ଡା, କଲ୍ୟାଣୀ ଦାସ, ସୁମତି ନାୟକ, ଦିବାକର ଦାସ, ବନଜା ବିଶ୍ୱାଳ, କାର୍ତ୍ତିକ ରାଉତ, ଅଶୋକ ଦକ୍ଷିଣରାୟ, ଦୀପିକା ପରିଡ଼ା, ସୁବ୍ରତ ଭୂୟାଁ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.