jsm

ବଙ୍ଗୋମୁଣ୍ଡାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ଭାରତ ବନ୍ଦ ପ୍ରଭାବରେ ୭ ଘଣ୍ଟିଆ ବନ୍ଦ : ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ପ୍ରଭାବିତ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ୨୫ ମେ’ ଭାରତ ବନ୍ଦ ଡାକରା ସମର୍ଥନ କରି ବଙ୍ଗୋମୁଣ୍ଡା ପଛୁଆ ବର୍ଗ ମୋର୍ଚ୍ଚା ଓ ବିଭିନ୍ନ ସଙ୍ଗଠନ ଦ୍ୱାରା ବଙ୍ଗୋମୁଣ୍ଡାରେ ୭ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ଫଳରେ ବଙ୍ଗୋମୁଣ୍ଡା ସହରରେ ବନ୍ଦର ପ୍ରଭାବ ଦେଖାଦେଇଛି । ଏନେଇ ବଙ୍ଗୋମୁଣ୍ଡା ସହର ଆମ୍ବେଦକର ଛକଠାରେ ପଛୁଆ ବର୍ଗ ମୋର୍ଚ୍ଚା କର୍ମକର୍ତ୍ତା ଓ ସଦସ୍ୟଙ୍କ ଦ୍ୱାରା ଜାତୀୟ ରାଜପଥ ୫୯କୁ ସକାଳ ୬ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିବାରୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀବାହୀ ବସ ଓ ଯାନବାହନ ରାସ୍ତାର ଦୁଇ କଡରେ ଶହ ଶହ ମାତ୍ରରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । କେବଳ ଅତିଆବଶ୍ୟକ ବସ୍ତୁ ଥିବା ଗାଡି ଓ ଏମ୍ବୁଲେନ୍ସ ଏବଂ ସ୍କୁଲବସକୁ ଛଡ଼ାଯାଇଥିଲା । ଭାରତ ସରକାର ଜାଣିଶୁଣି ପଛୁଆ ବର୍ଗ, ଆଦିବାସୀ ଓ ଦଳିତ ବର୍ଗଙ୍କୁ ଆମର ସମ୍ବିଧାନିକ ଅଧିକାରରୁ ବଞ୍ଚିତ ରଖୁଛି ଆମର ଦାବୀ ହେଲା କେନ୍ଦ୍ର ସରକାରଙ୍କ ଦ୍ବାରା ଓବିସି ଜାତି ଆଧାରରେ ଜନଗଣନା କରାଯିବା, ଇଭିଏମ ଘୋଟାଲା ବନ୍ଦ କରାଯାଉ, ବେସରକାରୀ କ୍ଷେତ୍ରରେ ଓବିସି, ଏସ୍‌ସି ଏସ୍‌ଟିଙ୍କ ପାଇଁ ସଂରକ୍ଷଣ କରାଯାଉ, ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ତିଆରି କରି ଏମ୍‌ଏସ୍‌ପି ଦିଆଯାଉ, ଏନ୍‌ଆର୍‌ସି, ଏନ୍‌ପିଆର୍‌, ଓସିଏଏକୁ ବନ୍ଦ କରାଯାଉ, ପୁରୁଣା ପେନସନ୍‌ ସ୍କିମ୍‌କୁ ପୁନଃ ଲାଗୁ କରାଯାଉ, ମଧ୍ୟ ପ୍ରଦେଶ ଓ ଓଡ଼ିଶାରେ ଓବିସିଙ୍କ ପାଇଁ ସଂରକ୍ଷଣ ଦିଆଯାଉ, ବିକାଶ, ପରିବେଶ ଓ ପଶୁମାନଙ୍କ ସୁରକ୍ଷା ପାଇଁ ନିରୀହ ଆଦିବାସୀମାନଙ୍କୁ ବିସ୍ଥାପିତ କରାନଯାଉ, ଲକ ଡ଼ାଉନ ସମୟରେ ଶ୍ରମିକ ବିରୋଧୀ ଆଇନକୁ ବାତିଲ କରିବା ଓ କରୋନା ନାମରେ ଜୋର ଜବରଦସ୍ତ ଟୀକାକରଣ ବନ୍ଦ କରିବା ପାଇଁ ଆମେ କେନ୍ଦ୍ର ସରକାରଙ୍କଠାରେ ଦାବୀ କରୁଛୁ ବୋଲି ଏହି ବନ୍ଦର ନେତୃତ୍ୱ ନେଉଥିବା ଓବିସି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ସୁରେଶ ପୁଟେଲ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି ସୁରେଶ ଭୋଇ, ସୁରଥ ବେହେରା, ଶ୍ୟାମ ପୁଟେଲ, ନେତ୍ର ବେହେରା, ଆଇନଜୀବୀ ଯୋଗେନ୍ଦ୍ର ବଛା, ଲକ୍ଷ୍ମୀ ଯାଦବ, ଆଇନଜୀବୀ ବେଦାନ୍ତ ସାହୁ, ଆଜାଦ ଘିଭେଲା, ବହୁଜନ ମୁକ୍ତି ପାର୍ଟିର ସନାତନ ଦୀପ, ବୁଦ୍ଧଦେବ ଛୁରା, ରେଣୁରଞ୍ଜନ ବାଗ, ଯୋଗେନ୍ଦ୍ର ତାଣ୍ଡି, କୈଳାସ ବାଗ, ଚୁଲାରାମ ଦୀପ, କାର୍ତ୍ତିକ ତାଣ୍ଡି, ବେଣୁ ମାଝୀ, ସତ୍ୟ ଭୋଇ, ଶରତ ତାଣ୍ଡି, ସୁଶୀଲ କୁମ୍ଭାର, ମୁରଲୀ ସତନାମୀ, ଭାଗ୍ୟ ହିଆଲ, ଛବିରାବଣ ଜାନୀ, ପରମାନନ୍ଦ ଛତ୍ରିଆ ପ୍ରମୁଖଙ୍କ ସହ ବହୁ ମାତ୍ରାରେ ପଛୁଆ ବର୍ଗ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ । ବଙ୍ଗୋମୁଣ୍ଡା ବ୍ଲକରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ଦୋକାନ ବଜାରକୁ ପିକେଟିଂ କରି ବନ୍ଦ କରିଦେଇ ଥିଲେ । ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି ।

yuvodaya
Leave A Reply

Your email address will not be published.