pakka

ମୌଳିକ ସୁବିଧାରୁ ବଞ୍ଚିତ କୁଇମୁଣ୍ଡା ଗ୍ରାମବାସୀ

bbehera

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାରର ଦୀର୍ଘ ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ସରକାରଙ୍କ ବିକାଶର ପାଦ ପଡ଼ିନାହିଁ । ଲୋକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାରେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାଟଧରା ପର୍ବତ୍ୟଅଞ୍ଚଳ କୁଇମୁଣ୍ଡା ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗ୍ରାମରେ ୩୦ ପରିବାର ବସବାସ କରନ୍ତି ଗ୍ରାମରେ ନଳକୂପ ଟିଏ ନାହିଁ । ଏହି ଗ୍ରାମର ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ସବୁଠୁ ବଡ଼ ସମସ୍ୟା ରହିଥିବା ବେଳେ ଉକ୍ତ ଗ୍ରାମର ଲୋକମାନେ ୧ କିଲୋମିଟର ଦୂରରେ ଥିବା ନାଳ ପାଣି ଉପରେ ନିର୍ଭର କରି ଚଳୁଛନ୍ତି । ବହି ଯାଇଥିବା ଏକ ନାଳର ନିକଟରେ ଏକ ଗାଡ଼ିଆ ଖନନ କରି ସେଠାରୁ ଜଳ ସଂଗ୍ରହ କରିଥାନ୍ତି । ଗ୍ରାମରେ ଜଳ ଉତ୍ସ କହିଲେ କେବଳ ପ୍ରବାହିତ ନାଳର ଜଳକୁ ପାନୀୟ ଜଳ ରୂପେ ଗ୍ରହଣ କରନ୍ତି । ବର୍ଷା ଚାରିମାସ ନାଳାରେ ଗୋଳିଆ ପାଣି ପ୍ରବାହିତ ହୁଏ । ପାନୀୟ ଜଳ ନେଇ ଗ୍ରାମବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ତେଣୁ ତୁରନ୍ତ ଏହି ଗ୍ରାମର ସମସ୍ୟାକୁ ସରକାର ଦୃଷ୍ଟି ଦେଲେ ଗ୍ରାମର ବିକାଶ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି । ଏଥିସହ ସ୍ଥାନୀୟ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକୁ ଗ୍ରାମରେ ପହଞ୍ଚାଇବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

one + 3 =

error: Content is protected !!