pakka

ଅବସରକଳୀନ ସମ୍ବର୍ଦ୍ଧନା ସଭା ଓ ବଂଧୁମିଳନ କାର୍ଯ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା ରାଉରକେଲା ସିଟି ଜୋନ ଆନୁକୂଲ୍ୟରେ ଜଗଦା ସ୍ଥିତ ବାଟମଙ୍ଗଳା ଶକ୍ତିପୀଠ ଠାରେ ଡିଭାଇନ ଲାଇଫ ଏକାଡେମୀର ପ୍ରଧାନ ଶିକ୍ଷକ ରମାକାନ୍ତ ମଲ୍ଲିକଙ୍କୁ ଅବସରକଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସିଟି ଜୋନର ସଭାପତି ଶିଶିର କୁମାର ପାଣିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଅରୁଣ କୁମାର ସ୍ୱାଇଁଙ୍କ ଆବାହକତ୍ୱ ତଥା ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ସିଟି ଜୋନ ବ୍ୟତୀତ ଲାଠିକଟା, ବିଶ୍ରା, ନୂଆଗାଁ, କୁଆରମୁଣ୍ଡା, ବଣେଇ, ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ଓଷ୍ଟା ସଂଗଠନର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଥିଲେ । ଡିଭାଇନ ଲାଇଫ ଏକାଡେମୀ, କୋଏଲ ବିଦ୍ୟାପୀଠ, ଓଏସ୍‌ଏପି ହାଇସ୍କୁଲ, ହମିରପୁର ଗୋପବନ୍ଧୁ ହାଇସ୍କୁଲ, ଶକ୍ତିନଗର ହାଇସ୍କୁଲ, ସେକ୍ଟର ୧୬ ସରକାରୀ ଏନ୍‌ଏସି ଏସ୍‌ଟି ହାଇସ୍କୁଲ, ସରସ୍ୱତୀ ବିଦ୍ୟାପୀଠ, ପ୍ରଗତି ବିଦ୍ୟା ମନ୍ଦିର, ବାଜି ରାଉତ ଶିକ୍ଷା ନିକେତନ, ବିଦ୍ୟୁତ୍ କଲୋନୀ ହାଇସ୍କୁଲ, ପୁଲିସ୍‌ ହାଇସ୍କୁଲ, ଉଦିତନଗର ହାଇସ୍କୁଲ, ନୟାବଜାର ହାଇସ୍କୁଲ, ବାସନ୍ତୀ ହାଇସ୍କୁଲ ତରଫରୁ ଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ନାରାୟଣ ପତି, କୁଞ୍ଜବିହାରୀ ସାହୁ, ଏସ୍‌ଟିଏଫ୍‌ଓର ସଭାପତି କୁଂଜବିହାରୀ ରାଉତ, ରାଜକୁମାର ମହାନ୍ତି, ରୋହିତାଶ୍ୱ ମହନ୍ତ, ଶ୍ୟାମପଦ ପଣ୍ଡା, ଇନାମ ଖାନ,ରଂଜନ କୁମାର ସାମଲ, ପଦ୍ମନାଭ ଦାଶ, ପ୍ରଶାନ୍ତ ଦାସ, ବାବାଜି ଦାସ, ସରୋଜ ଲେଙ୍କା ତଥା ଓଷ୍ଟାର ଜିଲ୍ଲା ସଭାପତି ବିଭିଷଣ ବାରିକ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱରାଜ୍ୟ କୁମାର ରାଉତରାୟ ପ୍ରମୁଖ ଶ୍ରୀ ମଲ୍ଲିକଙ୍କର ନିଷ୍ଠାପର ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ମଲ୍ଲିକଙ୍କ ସହଧର୍ମିଣୀ କାଞ୍ଚନବାଳା, ବଡଭାଇ ଅମୂଲ୍ୟ କୁମାର ମଲ୍ଲିକ, ଭାଉଜ ସୁପ୍ରଭା ଧଳ,ସମୁଦି ରାଜକୁମାର ଶର୍ମା, ସମୁଦୁଣି କମଳେଶ ଶର୍ମା, ଝିଅ ସୁଶ୍ରୀ ସଂଗୀତା ମଲ୍ଲିକ, ଜ୍ୟାଇଁ ବିଶ୍ୱଜିତ ରାଉତ, ଭଉଣୀ କଳିକା ଭୁୟାଁ ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ମଲ୍ଲିକ ନିଜ ଭାଇଭାଉଜ, ଓଷ୍ଟାର ସମସ୍ତ କର୍ମକର୍ତ୍ତା, ପତ୍ନୀ କାଞ୍ଚନବାଲା ଓ ଷଡୁ ନିରଞ୍ଜନ ସାମଲଙ୍କ ଅବଦାନକୁ ମନେପକାଇ ଥିଲେ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇଙ୍କ ସାହାଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ବିଶ୍ରା ବ୍ଳକ ଓଷ୍ଟା ସଭାପତି ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

eighteen − 6 =

error: Content is protected !!