csstore

କୁଟୁରାପାଲି ହାଇସ୍କୁଲରେ ବନ ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଟୁରାପାଲି ପଞ୍ଚାୟତ ହାଇସ୍କୁଲସ୍ଥିତ ଧନ୍ଵନ୍ତରୀ ଇକୋ କ୍ଲବ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମୁକେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରାଧାନ ଶିକ୍ଷକ ଅବନୀ ତ୍ରିପାଠୀ ଅତିଥି ପରିଚୟ କରିଥିଲେ । ଏହି ଅବସରରେ “ଆମ ପରିବେଶ ଓ ବୃକ୍ଷରୋପଣର ଆବଶ୍ୟକତା” ଶୀର୍ଷକରେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରକୃତିବନ୍ଧୁ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ଭକ୍ତବନ୍ଧୁ ନାୟକ, ହରେକୃଷ୍ଣ ତ୍ରିପାଠୀ ଯୋଗ ଦେଇଥିଲେ । ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଦୀମୁଣ୍ଡା ସମିତି ସଭ୍ୟା ବବିତା ପଟେଲ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ଡ. ଶେଖରଲାଲ ପଧାନ, ଫରେଷ୍ଟର ମଧୁସୂଦନ ଗଡୁଆ, ଗୋବର୍ଦ୍ଧନ ପଟେଲ ପୁରାତନ ଛାତ୍ର ସଂଘ ସଭାପତି କେଦାର ଥନାପତି, ଦୁଃଖିଶ୍ୟାମ ଧରୁଆ, ଆମ ଜଙ୍ଗଲ ଯୋଜନା ପକ୍ଷରୁ ଦାନିଏଲ୍ ସୁନା ଓ ସିବମ ସାହୁ, ସମାଜ ସେବୀ ବିଜୟ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଦନ ସାହୁ, ଯୁଧିଷ୍ଠିର ନାୟକ, ସଦାନନ୍ଦ ସାହୁ, ସୁରେଶ ପଟେଲ, ସଂକୀର୍ତନ ବାଗ, ଚୈତନ୍ୟ ପୁଟେଲ ସହଯୋଗ କରିଥିବା ବେଳେ ଶିକ୍ଷକ ହରେକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.