csstore

ଶିବତଲା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଗଛ ହିଁ ଜୀବନ, ଏବେ ଗଛ ବିନା ବଞ୍ଚିବା କଷ୍ଟକର ହୋଇପଡିଛି । ଗଛ କମ ପରିମାଣରେ ଥିବାରୁ ମାଡି ଆସୁଛି ବିପଦ । ଏବେ ସବୁଠି ଚାଲିଛି ବୃକ୍ଷରୋପଣ ଗାଁ ଠୁ ନେଇ ସହର ଘର ଠୁ ନେଇ ଜଙ୍ଗଲ । ଏହି ପରିପ୍ରେକ୍ଷୀରେ ଶିବତଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷିକା ସୁପ୍ରଭା ବାବୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ସଦର ବଲାଙ୍ଗିର ମଣ୍ଡଳ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ ଯୋଗ ଦେଇଥିଲେ । ମୋ ବିଦ୍ୟାଳୟ ଅଭିଯାନ କମିଟିର ସଭାପତି ଶାନ୍ତନୁ କୁମାର ରଣା, ଶିକ୍ଷକ ବିଭୁଦତ୍ତ ବଗାର, ପ୍ରଦୀପ କୁମାର ମାଝୀ, ହୋଲିଶ୍ରର ଧରୁଆ, ମନୋରଂଜନ ସା, ଶୁସାନ୍ତ କୁମାର ନାଏକ, ସୋମନାଥ ପଟେଲ, ସୁନନ୍ଦା ବେହେରା, ସୁମିତା ମେହେର, ରାଜୀବ ଲୋଚନ ବେହେରା, ବିଶ୍ଵ କେଶନ ମହାକୁର, ବାବୁଲାଳ ସାହୁ, ନୀଳମାଧବ ସାହୁ, ନୀଳାଚଳ ଭୋଇ, ଅନୀଲ କୁମାର ମହାପାତ୍ର ତଥା ସିଆର୍‌ସିସି ଗଣେଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.